STORYMIRROR

KSHIRADRI SAHU

Inspirational Others

3  

KSHIRADRI SAHU

Inspirational Others

ସାତବାର ପୂଜା

ସାତବାର ପୂଜା

1 min
171


ସୋମ ବାରେ ପରା ପୂଜା କରୁ

ମହାଦେବ ମନ୍ଦିର ଯାଇ,

ମଙ୍ଗଳ ବାରେ ଠାକୁରାଣୀ ପୂଜା

କରୁ ଆମେ ମନ୍ ଦେଇ।

ବୁଧ ବାରେ କରୁ ବିଷ୍ଣୁ ପୂଜା ଯେ

ଗୁରୁ ବାରେ ଲକ୍ଷ୍ମୀ ପୂଜା,

ଶୁକ୍ର ବାରେ ପୁଜୁ ସନ୍ତୋଷି ମାଙ୍କୁ

ଶନି ବାରେ ଶନି ପୂଜା।

ସତରେ କେଡେ ଧାର୍ମିକ ଆମେ

ସବୁ ଦେବତାଙ୍କୁ ପୂଜୁ।

ଘର ଦେବ ଦେବୀ ପୂଜି ପାରୁନୁ

ତାଙ୍କ କଥା ବୁଝି ପାରୁନୁ,

କିଏ ଖାଏ ପୁଣି ହୋଟେଲ ବାଡ଼ି

ରାନ୍ଧି ମୁଠାଏ ଦେଇ ପାରୁନୁ।

ପଥର ମୂର୍ତ୍ତି ଠାରେ ରଖି ବିଶ୍ୱାସ

ହୃଦୟ ଦେବତା ବୁଲୁଛୁ,

ବିବେକ କୁ ଭାଇ ପଚାରି ଥରେ

 କେତେ ଠିକ୍ ଆମେ କରୁଛୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational