STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ସାଂସ୍କୃତିକ ପ୍ରଦୂଷଣ

ସାଂସ୍କୃତିକ ପ୍ରଦୂଷଣ

1 min
218


ସଂସ୍କୃତି ପରମ୍ପରା ଐତିହ୍ୟର

ପ୍ରଚାର ପ୍ରସାର ପୁନରୁଦ୍ଧାର ନାଁରେ

ଉଦ୍ଧତ ଯୌବନର ନଗ୍ନ ପ୍ରଦର୍ଶନ

ବହିରାଗତ ଅପସଂସ୍କୃତି ରଚେ

ସ୍ବକୀୟ ସଂସ୍କୃତିର କବରସ୍ଥଳୀରେ

ଉନ୍ମତ୍ତ ରଙ୍ଗୀନ୍ ତାଣ୍ଡବ ନୃତ୍ୟ।


ପୂଜା ପାର୍ବଣର ପାବନ ଆସରରେ

ସୁରା ସାକୀର ବସେ ସମ୍ମେଳନ

ଭାବ ଭକ୍ତି ରସ ଶୂନ୍ୟ ପୂଜାପାଠ

ଆଟପ ଆଡମ୍ବର ଆତ୍ମ ପ୍ରଚାର ସର୍ବସ୍ବ

ଦ୍ବିଅର୍ଥବୋଧକ ଅଶ୍ଳୀଳ ନୃତ୍ୟ ସଙ୍ଗୀତରେ

ଜନଗଣର ଚିନ୍ତା ଓ ଚେତନା ଆହତ।


ମୁନାଫାଖୋର କଳାବଜାରୀ

ଅପମିଶ୍ରଣ ଧୁନ୍.ରେ ବିଭୋର

ଜଳ ବାୟୁ ଧ୍ୱନି ପ୍ରଦୂଷଣରେ

ନିଷ୍ପାପ ପ୍ରାଣ ମ୍ରିୟମାଣ

ତହିଁରେ ପୁଣି ସାଂସ୍କୃତିକ ପ୍ରଦୂଷଣ

ମର୍କଟ ହସ୍ତେ ଶାଳଗ୍ରାମ ନଚାଇ

ନଚାଇ ନିଏ ବିବେକୀ ଜନର ପ୍ରାଣ।


ଆଧୁନିକତାର ଅର୍ଥ ତ ନୁହଁଇ

କେବେ ବି ଅପସଂସ୍କୃତିର ଜୟଗାନ

ଚେତନାର ଜାଗରଣ ପାଇଁ

କାହିଁ ଏଇ ବ୍ଯର୍ଥ ଆୟୋଜନ

ସଂସ୍କୃତି ତ ପ୍ରବହମାନ ଧାରା

ପୀଢ଼ି ପରେ ପୀଢ଼ି ଯାଏ ସଞ୍ଚରି

ହୋଇ ମଣିଷର ଅସ୍ଥିମଜ୍ଜାଗତ

ସ୍ବଧର୍ମ ସ୍ବକୀୟ ସଂସ୍କୃତି

କିଏ କଣ ପାରେ ପାଶୋରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy