STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ସାଙ୍ଗ ସୁଖ

ସାଙ୍ଗ ସୁଖ

1 min
390

     ଚଢେଇ କହିଲା ଗାଇବି କାହିଁକି

          କିଏ ଶୁଣିବରେ ମିତ

     ମୁଁ କହିଲି ମୁଉଁ ଶୁଣୁଛି ଶୁଣିବି

          ଗାଇଦେ' ତୁ ତୋର ଗୀତ ।। 


     ତଟିନୀ କହିଲା ବହିବି କାହିଁକି

          କିଏ କହୁଛିକି ମୋତେ

     ବହୁଛୁ ବହିଯା' ସାଙ୍ଗ ମୋର ଆରେ

          କହୁଛି ମୁଁ ପରା ତୋତେ ।। 


     ପାଦପ କହିଲା ଧରିବି କାହିଁକି

         କିଏ ଖାଇବ ମୋ ଫଳ

     ମୁଁ କହିଲି ମୁଉଁ ଖାଇବିରେ ତୋଳି

         ଖାଇଲେ ବଢିବ ବଳ ।। 


     କୁସୁମ କହିଲା ଫୁଟିବି କାହିଁକି

         କିଏ ନେବ ମୋତେ ତୋଳି

     ମୁଁ କହିଲି ମୁଉଁ ଆସି ନେବି ତୋତେ

         ନିଇତି ସକାଳଓଳି ।। 


     ସୂରୁଯ କହିଲା କିଏ ଖୋଜେ ମୋତେ

          କାହିଁକି ଆସିବି ଉଇଁ

     ମୁଁ କହିଲି ମୁଉଁ ବସିଛିରେ ଚାହିଁ

          ଆସି ମୋତେ ଯାଆ ଛୁଇଁ ।। 


     ସାଗର କହିଲା କିବା ଲାଭ କୂଳେ

          କାହିଁକି ପିଟିବି ମଥା

     ମୁଁ କହିଲି ମୁଉଁ ଅଛି ପରା ସାଙ୍ଗ

          ହେବି ତୋ ସାଥିରେ କଥା ।। 


     ଆକାଶ କହିଲା କାହିଁକି ଆସିବି

          ସାତରଙ୍ଗ ନେଇକରି

     ମୁଁ କହିଲି ମୁଉଁ ଦେଖିବି ସେସବୁ

          ଆନନ୍ଦରେ ମନଭରି ।। 


     ସାଙ୍ଗ ବୋଲି ମନ ସାଙ୍ଗମାନଙ୍କର

          ପାରିଲି ସିନା ମୁଁ ଜାଣି

     ସାଙ୍ଗ ସୁଖ ପରା ସବୁ ସୁଖ ମୋତେ

          ଆପେ ଦେଇଥାଏ ଆଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational