Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Inspirational

4  

Sarojini Jena

Inspirational

ସାମନ୍ତ ଚନ୍ଦ୍ରଶେଖର

ସାମନ୍ତ ଚନ୍ଦ୍ରଶେଖର

1 min
298


ପୌଷମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ

ଚନ୍ଦ୍ରଶେଖର ଙ୍କ ଜନ୍ମ,

୧୮୩୫ ଡିସେମ୍ବର ତେର ତାରିଖ ନୟାଗଡ ଜିଲ୍ଲା

ଖଣ୍ଡପଡା ପଲ୍ଲୀ ଗ୍ରାମ ।


ମାତା ବିଷ୍ଣୁମାଳୀ, ପିତା ଶ୍ୟାମବନ୍ଧୁ ସିଂ

କୋଳେ ହୋଇଲେ ଜାତ,

ଅଖ୍ୟାତ ଅଂଚଳ ପ୍ରଖ୍ୟାତ କରିଲେ

ନିଜ ଜ୍ୟୋତିଷ ବିଦ୍ୟାରେ ସେତ ।


ଅସାଧାରଣ ବୁଦ୍ଧି ସମ୍ପନ୍ନ ଯେ ଥିଲେ

ସୂର୍ଯ୍ୟ ଚନ୍ଦ୍ର, ପକ୍ଷୀର ଗତି କରି ଗଣନ,

ଅଗମ୍ୟ ଅଞ୍ଚଳେ ଜନମି ସାମନ୍ତ

ଓଡିଶା ର ଗର୍ବ ଗୌରବେ ନେଲେ ସ୍ଥାନ ।


ପନ୍ଦର ବରଷେ ରଘୁବଂଶ କାବ୍ୟ

କରିଥିଲେ ଅଧ୍ୟୟନ,

ସର୍ବୋଚ୍ଚ, ଶ୍ରେଷ୍ଠ ଶିକ୍ଷା ପ୍ରାପ୍ତ ହୋଇ ସେତ

ଜୀବନ କରିଲେ ଧନ୍ୟ ।


ବଣ ପାହାଡ ଘେରା ଗଡ଼ ଜାତେ

ଆଲୋକଦାୟୀ ହୋଇଲେ,

ଜ୍ୟୋତିଷ ବିଦ୍ୟାକୁ ସାଧନ କରିଲେ

ଉତ୍କଳ ଭାସ୍କର ନାମ ବହିଲେ ।


ଅଠରଶହ ଛଅଷଠି ମସିହାରେ ମୁକୁନ୍ଦଦେବ ରାଜା

ହରିଚନ୍ଦନ ଉପାଧିରେ ଭୂଷିତ କଲେ,

ବୈଜ୍ଞାନିକଙ୍କୁ ପଛରେ ପକାଇ

ଇତିହାସ ନାମ ରଖିଗଲେ ।


ବାଉଁଶର ନଳୀ ମାଧ୍ୟମରେ 

ଗ୍ରହ, ତାରା, ବୃକ୍ଷ ର ଉଚ୍ଚତା ମାପିଲେ,

ସିଦ୍ଧାନ୍ତ ଦର୍ପଣ ଓଡ଼ିଆ ସଂସ୍କୃତରେ ଲେଖି 

ଓଡ଼ିଆଙ୍କ ପାଶେ ଅମର ସଦା ରହିଲେ ।


ଶଙ୍କୁ, 'ଖ 'ଗୋଲ, ଉଲମ୍ବୀ, ଚକ୍ର ଯେ

ଏପରି କେତେ ଯନ୍ତ୍ର ତିଆରିକଲେ,

ରେଭେନ୍ସା କଲେଜ ପିଲା ଅଧ୍ୟୟନ ପାଇଁ

ସୂର୍ଯ୍ୟ ଘଡି ଉପହାର ଦେଲେ ।


ନିରଳସ, ନିଷ୍ଠାପର ଜୀବନେ

ସମ୍ବାଦ ବାହକ ଥିଲେ,

ସ୍ବଦେଶୀ ଜ୍ଞାନ କୋୖଶଳର ପୁଣି

ନିଜେ ଜ୍ୟୋତିର୍ବିଜ୍ଞାନୀ ନାମ ବୋଲାଇଲେ ।


ସାରା ଭାରତେ ଗର୍ବ ଓ ଗୌରବ

ସଦା ତାଙ୍କ ଗୁଣ ଗାଉଥିବେ ଦେଶ,

କୋଟି ପ୍ରଣିପାତ ସାମନ୍ତ ହେ ତୁମ ପଦେ

ଏ କଥା ମନରେ ଚିନ୍ତି ।


Rate this content
Log in

Similar oriya poem from Inspirational