STORYMIRROR

Sangita Mishra Satapathy

Comedy

4  

Sangita Mishra Satapathy

Comedy

ସାହିତ୍ୟ ସଭା ଭେଳିକି

ସାହିତ୍ୟ ସଭା ଭେଳିକି

1 min
383


କବି ବୋଲି ବଡ ନାଆଁ ଟି

ଶବ୍ଦ କୁ ଶବ୍ଦ ଯୋଡିକି

ଗପ କି ଗୀତ ନିଜେ ମୁଁ ନଜାଣେ

ଲେଖେ ମୁଁ ଧାଡିକି ଧାଡିକି। 

ବଡ ସାହିତ୍ୟିକ ବୋଲିଟି

ସବୁଠି ଖାତିରି ରହିଛି

ବଡ ସଭାରେ ମୁଁ ବଡ କବିଟି

ଆସନ ରଖଇ ସାଇତି

ପୁରସ୍କାର ଆଉ ମାନପତର ପାଇଁ କି

ଆଗରୁ ବଇଣା ଦେଇକି

ବହୁ ଅନୁଷ୍ଠାନେ ମୋ ନାଆଁ ଟି

ଫିଟ୍ ଫାଟ୍ ହୋଇକି

ସଭାରେ ଯାଏ ମୁଁ ପହଞ୍ଚି 

ଫୁଲତୋଡାଟିକି ହାତେ ଧରିକି 

ଉତ୍ତରୀୟ କାନ୍ଧେ ଛାଟିକି

ସମ୍ବର୍ଦ୍ଧନା ପତ୍ର ଧରିକି

ଉଠାଉଥାଏ ମୁଁ ସେଲ୍ ଫି

ମୋ କବିତା ଆଗୁଆ ପଢିକି

ଯିବି କେମିତି ମୁଁ ମଞ୍ଚ ଛାଡିକି

ଭାବୁଥାଏ ବସି ସେତିକି

ସଭାଶେଷେ ଦେଖେ

ମୁଁ ହିଁ ବକତା ମୁଁ ବି ଶୋରତା (ଶ୍ରୋତା)

ଏ ତ ଆଜି କାଲିର

ସାହିତ୍ୟ ସଭାର ଭେଳିକି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy