STORYMIRROR

Dr.Soumya Ranjan Khatua

Inspirational Others

3  

Dr.Soumya Ranjan Khatua

Inspirational Others

ସାହିତ୍ୟ ଓ ସମାଜ

ସାହିତ୍ୟ ଓ ସମାଜ

1 min
176


ସମାଜ ଗଠନରେ ମୁରବି ହେବା ଯାହାର କାମ ,

ସାହିତ୍ୟ ଯେ ତାହାର ନାମ ,

ସାହିତ୍ୟ ସମାଜରେ କରେ ସୁଧାର କାମ ,

ପୁଣି ସମାଜ ଧାସରେ ହୁଏ କେବେ କଦାକାର ତ ପୁଣି ବଦନାମ ।।---୧

କେବେ ସତ୍ୟ ବାସ୍ତବ ପୁଣି ଅବାସ୍ତବର ମିଳନ ,

ସମାଜ ଛବି ସାହିତ୍ୟର ଏକ ପ୍ରତିଫଳନ ,

କେବେ ଦେଖାଏ ଅପୂର୍ବ ତ୍ୟାଗ ସଂଯମ ଧର୍ଯ୍ୟ ଓ ବଳିଦାନ ,

ସମାଜର ଛବି ଲେଖନୀରେ ସଜା ହୋଇଥାଏ କେତେ କବିତା ଗଳ୍ପରେ ହୋଇ ଜୀବନ୍ତ ଦର୍ପଣ ।।---୨

କେବେ ସମାଜକୁ ସାହିତ୍ୟ କରେ ପରିବର୍ତ୍ତିତ ଓ ପରିମାର୍ଜିତ ,

କେବେ ସମାଜ ତାର ଚଳଣୀ କୁ କରେ ସାହିତ୍ୟରେ ପ୍ରତିଫଳିତ,

ତେଣୁ କେବେ କେବେ ସମାଜ ସାହିତ୍ୟ ସମ୍ଭାରକୁ କରେ ପ୍ରଭାବିତ ,

ତେଣୁ ସମାଜ ହିତେ ସାହିତ୍ୟ ସଦା ସୃଜନଶୀଳ ଓ ସାହିତ୍ୟ ଆଖିରେ ସମାଜ ପୂର୍ଣ୍ଣ ଆଲୋକିତ ।।---୩

ହେଉ ସେ ଶାସନ କି ସଙ୍ଗଠନ ଅବା କେଉଁ ବିଧାନ ,

ପୁଣି ଏକ ଜାତିର ସଂଯତ ମାର୍ଜିତ ଆଚରଣ ,

ସବୁ ସମାଜରେ ଖୋଜାହୁଏ ସାହିତ୍ୟର ଅନନ୍ୟ ଦର୍ପଣ ,

କାରଣ ସମାଜ ଜ୍ଞାନର ରକ୍ଷକ ହେଲେ ସାହିତ୍ୟ ଯେ ଜ୍ଞାନ ।।---୪

ସାହିତ୍ୟ ସମାଜ ଯେ ପରିପୂରକ କାରଣ ସମାଜ କର୍ତ୍ତବ୍ୟ ଅର୍ଘ୍ୟ ହେଲେ ସାହିତ୍ୟ ସେ ଭକ୍ତିର ଅର୍ପଣ ,

ବଞ୍ଚିବା ଅସମ୍ଭବ ଯେପରି ଜଳ ବିନା ମୀନ ,

ସାହିତ୍ୟ ବିନା ସମାଜ ସେପରି ମୂଲ୍ୟହୀନ ,

ସାହିତ୍ୟ ସମାଜକୁ ନେଇ ସୃଷ୍ଟ ହେଲେ ସାହିତ୍ୟ ବିକଶିତ ହେଲେ ସମାଜକୁ ଦିଏ ନୂଆ ଦିଗଦର୍ଶନ ।।---୫



Rate this content
Log in

Similar oriya poem from Inspirational