STORYMIRROR

pranati Mahapatra

Abstract

2  

pranati Mahapatra

Abstract

ସାହିତ୍ୟ କୋଣାର୍କ

ସାହିତ୍ୟ କୋଣାର୍କ

1 min
156

ଆସ ଗଢିବା ଆମେ

 ଏମିତି ଗୋଟିଏ ସାହିତ୍ୟ ର କୋଣାର୍କ

ଯେଉଁଠି ଥିବେ ସାହିତ୍ୟର ବଂଶଧର,ଅତୀତ 

ବର୍ତ୍ତମାନ ,ଭବିଷ୍ୟତର ରଥୀ ମହାରଥୀ

ମୋ ଭାଷା, ମୋ ସାହିତ୍ୟର ଜୟଗାନ କରୁଥିବେ,

ନଥିବ ସେମାନଙ୍କ ମନରେ ଉଚ୍ଚନୀଚ ଭେଦଭାବ

କରୁ ନଥିବେ କେହି ଅହଙ୍କାର କି ଗର୍ବ

ଗୋଟିଏ ଛାତତଳେ ବସି

ସମସ୍ତଙ୍କୁ ମିଳୁଥିବ ସମାନ ଅଧିକାର

କରୁଥିବେ ସଦା ମା,ମାଟି ଭାଷାର ଜୟ ଜୟକାର

ନ ଥିବେ ସେଠାରେ କେହି

ମନ୍ତ୍ରୀ, ଯନ୍ତ୍ରୀ,ରାଜନେତା କିବା ଚାଟୁକାର,

ହେବେ ନାହିଁ କେହି କାହାର ଶୋଷଣ ର ଶିକାର

ସମସ୍ତେ ପାଉଥିବେ ସମାନ ଅଧିକାର,

ସମସ୍ତେ ସମସ୍ତଙ୍କ ସୁଖ ଦୁଃଖରେ ହେଉଥିବେ ଭାଗୀଦାର

ଆସ ଗଢିବା ଆମେ ସମସ୍ତେ ଏକ ସୁନ୍ଦର କୋଣାର୍କ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract