STORYMIRROR

Panda Sashikanta

Tragedy Others

3  

Panda Sashikanta

Tragedy Others

ସାହିତ୍ୟ ଦେବତା

ସାହିତ୍ୟ ଦେବତା

1 min
187

ମର୍ତ୍ତ୍ୟରେ ଥିଲତୁମେ ସ୍ବର୍ଗୀୟ-ପ୍ରତିଭୂ

ମୁକ୍ତହୋଇ ସ୍ଥୁଳ ପରାଭବୁ

ହେ ପ୍ରଜ୍ଞା-ପୁରୁଷ ହେ ସାହିତ୍ୟ ଦେବତା

ସ୍ଵସ୍ଥାନେ ବାହୁଡ଼ିଲକି ହୋଇ ବ୍ରହ୍ମଲୀନ

ପରସି ଏଜଗତେ ନିଷ୍ଠୁର ଶୂନ୍ୟତା।


ସହୃଦ ପାଠକଙ୍କୁ କେବେ ଦେଇଥିଲ ଭେଟି

ସୃଜନୀ ସମଗ୍ରରୁ କିୟତ ଆଣିଛି ସାଉଁଟି

ନିମ୍ନୋକ୍ତ ତଵ ହସ୍ତଲିପି, ତଵ ପ୍ରତିଶ୍ରୁତି।


"ମୁଁ ପୁଣି ଆସିବି ଫେରି,ସମୟର ଶୁଭ୍ର ବାଲୁଚରେ

ବାରି ବାରି ପଦଚିହ୍ନ,ଏ ବିସ୍ମୃତ ତିମିର-ଶିବିରେ

ବେନିକରେ ଆଣିଥିବି ସେଦିନ ମୁଁ ଆଦରି ଜତନେ

ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା-ସଦନେ..."


ରଚନା ଏ ଆଶ୍ୱାସନା ତଵ ଅବିକଳ

ଅଭିମାନେ ଅଶ୍ରୁଭରେ କରାଏ ସ୍ମରଣ

ଆଦିଗନ୍ତ ସାହିତ୍ୟ-ପୃଥିବୀ,

ଭାଷା-ଜନପଦେ ପଥପ୍ରାନ୍ତ ସ୍ଥାପତ୍ୟ ସକଳ

କାଳଜୟୀ-ପଦଚିହ୍ନ ତୁମରି କେବଳ।


ଅଗତ୍ୟା ହତବାକ; ସ୍ଥବିର ସେ ତମସା-ସଦନ

ଶାପମୁକ୍ତି ଆଶାଥିଲା ଅନ୍ତରେ ପ୍ରଚ୍ଛନ

ନେତୃ-ବିୟୋଗରେ ଯେହ୍ନେ ବିଦଗ୍ଧ ଜନତା

ଚତୁର୍ଦ୍ଦିଗେ ପ୍ରଭଞ୍ଜନ ପର ନୀରବତା।


ଅତୀନ୍ଦ୍ରିୟ ଜଗତର ହେ ତାରକା ଅନନ୍ୟ

ଅନନ୍ତ ଚେତନାର କେଉଁଦିଗ ଉନ୍ମୋଚନ ପରେ

ଉର୍ଦ୍ଧ୍ବରୁ ଉର୍ଦ୍ଧ୍ବତର ସୁଉଚ୍ଚ ଶିଖରେ

ପ୍ରାପ୍ତହେବ ଦିବ୍ୟ-ସାନିଧ୍ୟ ତୁମ, ତୁମରି ସନ୍ଧାନ

ପ୍ରଶ୍ନ ପ୍ରହେଳିକାମୟ କ୍ଷଣ ପ୍ରତୀକ୍ଷଣ।


ହେ ପ୍ରଣମ୍ୟ-ସାଧକ, ପୂଜ୍ୟ-ଗୁରୁବର

କଥାଦିଅ ଥାଇ ଆରପାରେ

ପୁନଶ୍ଚ ଆସିବ ଫେରି ଏଧରା ଧାମରେ

ଆତୁର ସେ ଶୁଭ୍ର ବାଲିଚର

ବକ୍ଷେ ଅଙ୍କିବାକୁ ତଵ ଅମର ସ୍ଵାକ୍ଷର

ସାରସ୍ୱତ ଜିଜ୍ଞାସୁ-କୂଳ କରନ୍ତି ପ୍ରତୀକ୍ଷା

ତଵ ପୁଣ୍ୟ ପୁନରାଗମନେ-

ପ୍ରଜ୍ବଳିତ ହେବ ପ୍ରଜ୍ଞା-ପ୍ରଦୀପିକା...!

  



Rate this content
Log in

Similar oriya poem from Tragedy