ସାହାରା
ସାହାରା
ଶୂନ୍ୟତା ଜୀବନର ସାହାରା ଯଦି ହୁଏ
ବେସାହାରା ମଣିଷଟା ଖୋଜେ କାହିଁକି
ଯେ ସାହାରା, ଜୀଵନ ଟା ଯେବେ
ମରୁଭୂମି ପାଲଟିଯାଏ, ତୃଷାର୍ତ୍ତ
ମଣିଷଟା ଖୋଜେ କାହିଁକି
ଯେ ଜଳ, ଖୋଜେ ଯେବେ
ଅତ୍ମୀୟତା ସଂଜ୍ଞା ବଦଳି
ଯାଏ ଜୀଵନ ର
ସତେ ଯେମିତି ଜୀଵନ
ଟା ଜୀଵନ ନୁହେଁ
ସାହାରା ତମେ, ଠିକଣା
ତମେ, ବେସାହାରା
ମଣିଷଟା ଖୋଜେ
ଏବେ ସାହାରା.........
