STORYMIRROR

Prasanta kumar Hota

Inspirational Others

3  

Prasanta kumar Hota

Inspirational Others

ସ୍ଵାଗତମ୍ ନୂଆ ବର୍ଷ

ସ୍ଵାଗତମ୍ ନୂଆ ବର୍ଷ

1 min
634


ସ୍ଵାଗତ କରୁଛୁ ହେ ନୂଆ ବରଷ

ଦୁଇ ହଜାର ଉଣିଶ

ନୂଆ ସୂରୁଜରେ ଆଶାର କିରଣ

ଆଶା ଆମ ଟିକେ ହସ।

କାଳ ରହିଯାଏ କାଳର ଅତୀତେ

କାଳ ଆସେ ବର୍ତ୍ତମାନ

ସେ କାଳରେ ଆମେ ତୁମେ ଓ ସମସ୍ତେ

ହୋଇଯିବା ପୁଣି ଲୀନ

ଯାହା ଦେଇଥିଲା ଅଠର ଆମକୁ

ଉଣେଇଶେ ଆଶା ଭାରି

ଉଣିଶ ଆସିଲେ ବିଦାୟ ବି ନେବ

କୋଡିଏକୁ ହେବା ଘାରି

ମସିହା ବଦଳେ ସମୟ ନୁହେଁରେ

ସମୟର ଚକ ଏକ

ନାମ ବଦଳିଲେ ଭାଗ୍ୟ କି ବଦଳେ

ବଢେ ନାହିଁ କାହା ଭେକ

ଅଠର ସରିବ ନିଃଶବ୍ଦ ନିଃସ୍ଵରେ

ହେବ ନାହିଁ କାହା ଦୁଃଖ

ଉଣିଶ ଆସିଲେ ସଶବ୍ଦେ ସଂଚରେ

ପାଳୁ ମହାନନ୍ଦ ସୁଖ

ସୁଖର କାମନା ଅତ୍ୟଧିକ ଯେଣୁ

ଭବିଷ୍ୟତେ ରଖୁ ଆଶା

ଭୁଲିଯାଉ ଆମ ଅତୀତର ଦାନ

ବର୍ତ୍ତମାନ ହୁଏ ନିଶା

ପ୍ରତ୍ୟେକଟି ଦିନ ଆନନ୍ଦ ଆମର

ପ୍ରତି କ୍ଷଣ ଆମ ନୁଆ

ପ୍ରଭୁ ଦୟା ଛାଇ ପଡିଥାଉ ରହି

ଦୀନ ଦୁଃଖେ ଚଉବାହା

ନବ ପଲ୍ଲବିତ ଜଗାଏ ଜୀବନ

ଜୀବନର ଜିଜୀବିଷା

ନୂଆ ବରଷରେ ନୂଆ ଆନନ୍ଦ ପାଇଁ

ପ୍ଳାବିତ ହୁଏ ପ୍ରତ୍ୟାଶା ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational