ସାଗରିକାର ହସ
ସାଗରିକାର ହସ
ଶିଳ୍ପୀର ମାନସ କନ୍ୟା ସାଗରିକା
ପଥର ଦେହର ଜୀବନ୍ତ ମୂର୍ତ୍ତି
ସାରା ବିଶ୍ବରେ ଅନନ୍ଯା
ତା ହସର ତରଙ୍ଗରେ
ମଧୁ ମଳୟ ଯାଏ ଖେଳି
ତା ହୃଦୟ ଶାନ୍ତ ସରଳ ନମ୍ର
ତା ପାଖେ ନାହିଁକିଛି ଅନୁଶୋଚନା
ସେ ଆଜିଦିଏ ସମସ୍ତଙ୍କୁ ସମ୍ବର୍ଦ୍ଦନା
ଜୀବନ ଜିଇଁବାକୁ କରେ ଆହ୍ବାନ
ନିଜ ମନରୁ ଦୁରେଇ ଦେଲେ ତିକ୍ତତାର କ୍ଳେଶ
ରହେ ନାହିଁ ତିଳେ ତାର ଅବଶେଷ
ଆରମ୍ଭ ହୁଏ ନିଜର ଅଭିଯାନ
ମୁଁ ଯୋ କହୁଛି କଥା କହୁଥିବା
ଶରୀର ମାଂସରେ ଗଢା ସାଗରିକା ନୁହେଁ
ଏ ସାଗରିକା ପଥରର କାରୁକାର୍ଯ୍ଯ
ଓଡିଆ ଶିଳ୍ପୀର କଳାକୃତିର ଯାଦୁ
ସଂଗ୍ରାହଳୟ ମଧ୍ଯରେ ଦର୍ଶକ ହୁଅନ୍ତି ଆଶ୍ଚର୍ଯ୍ଯ
କଣ ପଥରବି ହସିପାରେ
ତା ପାଶାଣ ହୃଦୟକୁ ତରଳାଏ
ଆତ୍ମାକୁ କିଛି ସମୟ ଶାନ୍ତିଦିଏ
ସଂସାରର ହସ ଅମୂଲ ମୁଲ
ସେ ହସ ଶ୍ରୀକୃଷ୍ଣଙ୍କ ହସ
ପ୍ରତିଟି ହୃଦୟକୁ କିଣିନିଏ
ସାଗରିକା ତାର ପ୍ରତୀକ
ଜୀବନ ଭିତରେ ଉଜ୍ଜଳ ଆଲୋକ
ସବୁ ଭୁଲି ସିଏ ହସିପାରେ
ସଂସାର ଭରିଯାଏ ଖୁସିରେ
ଦୁଃଖ ହୋଇଯାଏ ନାଶ
ଦୁଃଖ ସୁଖର କରେ ରୁପାନ୍ତର
ସେ ସାଗରିକାର ହସ ।
