STORYMIRROR

Sukanti Hotta

Classics

3  

Sukanti Hotta

Classics

ସାଗର ନନ୍ଦିନୀ

ସାଗର ନନ୍ଦିନୀ

1 min
227

ମହାଲକ୍ଷ୍ମୀ କହୁଛନ୍ତି

ରୋଷଭର ହୋଇ

କାଳିଆ ଠାକୁର ତୋତେ

ଲାଜ ଟିକେ ନାହିଁ


ବରଷକେ ଥରେ ହୁଏ

ବଡ଼ଦାଣ୍ଡେ ଜାତ

ମୋତେ ନେଲ ନାହିଁ କିଆଁ

ଜଗତର ନାଥ


ଲକ୍ଷଲକ୍ଷ ଜନତାଙ୍କ

ଭିଡ଼ ଅଛି ସେଠି

ମୋତେ ତୁମେ ନେଲ ନାହିଁ

ଦେଲ ମୋତେ ଠକି


ଭାବିଥିଲି ଦୁଇଭାଇ

ମିଶିକରି ଯିବ

ସୁଭଦ୍ରା ଭଉଣୀକୁ

ଘରେ ରଖିଥିବ


ନାଟୁଆ ନାଗର ତମେ

ନାଟ ଲଗାଇଲ

ସୁଭଦ୍ରା ଭଉଣୀକୁ

ସାଥେ ନେଇଗଲ


ମୋତେ ତୁମେ ମିଛକହି

ଭଉଣୀକୁ ନେଲ

ମିଛୁଆ ନାଗର ତମେ

ମିଛ କହିଗଲ


ଷାଠିଏ ପଉଠି ଭୋଗ

ନିତି ରାନ୍ଧୁଥିବି

ପେଟୁଆ କାଳିଆ ତୋତେ

ବାଢି ଦେଉଥିବି


ରୋଷେୟା କରି ମୋତେ

ରଖିଅଛୁ ତୁହି

ଅଭିମାନେ ବାଟ ଚାହିଁ

ବସିଅଛି ମୁଁହି


କେମିତି ପଶିବ ତମେ

ମନ୍ଦିର ଭିତରେ

ବାଟ ଛାଡିବିନି ଜମା

ରହିବ ବାହାରେ


ସାଗର ନନ୍ଦିନୀ ମୁଁହି

ଦାରିଦ୍ର ଭଞ୍ଜନୀ

ଅର୍ଣ୍ଣପୂର୍ଣା ଅଟେ ମୁଁହି

ଭାରୀ ଅଭିମାନୀ


ଷାଠିଏ ପଉଠି ରାନ୍ଧି

ମାଉସୀ ମାଆ ଦେବ

ଭାଇ ଭଉଣୀଙ୍କ ସହ

ଆନନ୍ଦେ ରହିବ


ସେଠି ରହି ସ୍ତ୍ରୀ କଣ

ନିତି ଝୁରୁଥିବ

ବେଶିଦିନ ରହିବନି

ଜଲଦି ଆସିଯିବ


ଗାଳି ସହୁ ବୋଲି ମୁଁ

ତୋତେ ଗାଳି ଦେଲି

ଲକ୍ଷ୍ମୀ ମାଆ ସପକ୍ଷରେ

କିଛି ଲେଖିଦେଲି


ଭୁଲ ମୋର ଧରିବୁନି

ଜଗତ ଠାକୁର

ତୋ ଲୀଳାହିଁ ତୋତେ ଜଣା

ମୋତେ କ୍ଷମା କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics