Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Romance Classics Inspirational

4  

Lalita Mohan Dash

Romance Classics Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
318



ଊନବିଂଶ ପଚାଶ ଜାନୁଆରୀ ଛବିଶ

ବ୍ରିଟିଶ୍ ସାମ୍ବିଧାନିକ ବ୍ୟବସ୍ଥାର

ଅପସାରଣ କ୍ରମଶଃ

ହୋଇଲା ଆମରି ଦେଶ

ସାର୍ବଭୋୖମ ଗଣତାନ୍ତ୍ରିକ ରାଷ୍ଟ୍ରରେ

ବିଶ୍ୱରେ ହେଲା ପ୍ରକାଶ ।

ଆସେମବ୍ଲିକୁ ସମ୍ବିଧାନ ଚିଠା ହସ୍ତାନ୍ତର

କରିଥିଲେ ସେହୁ ଆମ୍ବେଦକର

ଆଲୋଚନା ବାରମ୍ବାର

ଶେଷରେ ବଳବତ୍ତର

ଇଂରାଜୀ ହିନ୍ଦୀରେ ଲିଖିତ କପିରେ

ଦସ୍ତଖତ ୩୦୮ଙ୍କର ।

ଉକ୍ତ ଲିଖିତରେ ସମ୍ବିଧାନ କାର୍ଯ୍ୟକାରୀ

ହୋଇଥିଲା ବୋଲି ଏହି ଦିବସଟି

ପାଳିଥାଉ ଆମେ ଘେରି

ପ୍ୟାରେଡ଼ ଓ ଝାଙ୍କି କରି

ଦେଖାଉ ଆମେରେ ପଡ଼ୋଶୀ ଦେଶକୁ

ଆମ ସେନାର ଚାତୁରି ।

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆନ୍ଦୋଳନ

ଅସହଯୋଗ ଆଉ ଅହିଂସାପୂର୍ଣ୍ଣ

ଭାରତୀୟଙ୍କ ସ୍ଵାଧୀନ

ସେଲାଗି ଦେଶ ମହାନ

ଭାରତର ମୂଖ୍ୟ ହୋଇଥିଲେ ଯହିଁ

ଗଭର୍ନର୍ ମାଉଣ୍ଟ୍ ବ୍ୟଟେନ ।

ରାଷ୍ଟ୍ରପତି ଆମ ରାଜଧାନୀ ନଗରୀରେ

ଜାତୀୟ ପତାକା ଉତ୍ତୋଳନ କରି

ଭାରତୀୟ ସମେତରେ

ଇଣ୍ଡିଆ ଗେଟ୍ ପାଶରେ

ଅଭିବାଦନ ଯେ ଗ୍ରହଣ କରନ୍ତି

ସାମରିକ ସଙ୍ଗତରେ ।

ଭାରତୀୟ ସେନା ଅଶ୍ୱାରୋହୀ ପଦାତିକ

ଆଦି ବାହିନୀଙ୍କୁ ସାଙ୍ଗରେ ଧରିଣ

କରନ୍ତି ସମ୍ଭାର ଏକ

ଶୋଭାଯାତ୍ରାର ଝଲକ

ସାଧାରଣତନ୍ତ୍ର ଦିବସ ଆମର

ଦିଶେ କେଡେ ଜକଜକ ।


Rate this content
Log in

Similar oriya poem from Romance