STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ସାଧାରଣ ବଗି

ସାଧାରଣ ବଗି

1 min
222


ରେଳ ଗାଡି ରେ ଯାତ୍ରା ଆଉ ସାଧାରଣ ବଗି

ଏକ ନିଆରା ଅନୁଭୂତି

ଅନୁଭୂତି ଆମ ସମାଜର

ଦୃଶ୍ୟ ଆମ ପ୍ରଗତିର,ସଂସ୍କୃତିର

ସାଧାରଣ ବଗିରେ ହିଁ ଭାରତ ଦର୍ଶନ।


ମଧ୍ୟବିତ୍ତ,ଗରିବ ଓ ଶ୍ରମିକଙ୍କ ଚିର ପରିଚିତ

ସାଧାରଣ ବଗି ସହ ସାଧାରଣ ଜିବନ

ସାଧାରଣ ବଗି ହିଁ ଜୀବନ

ଫେରି-ବାଲା ଓ ବୁଲା ବିକାଳୀ ଙ୍କ ଭୂସ୍ବର୍ଗ

ପରିବାର ଗୁଜୁରାଣ ର ସ୍ରୋତ ଓ ମାଧ୍ୟମ।


ସାଧାରଣ ବଗି

ବିନା ଟିକେଟ ବାଲା ପାଇଁ ସୁରକ୍ଷିତ ସ୍ଥାନ

କିଛି ନ ହେଲେ ଠିଆ ହୋଇ ଯାଇହେବ

ପ୍ରାୟ ଭିଡ ସହିତ ପାଟିତୁଣ୍ଡ ଭିତରେ

ବିନା ଟିକେଟ ଯାତ୍ରୀଙ୍କ ଆତ୍ମଗୋପନ।


ବକର ବକର ହେବା ଲୋକ ବେଶି

ଗାଡ଼ିର ଛୁକ ଚ୍ଛୁକ୍ ଶବ୍ଦ ଭିତରେ

ମନୋରଞ୍ଜନ ର ପରିବେଶ ବି ସାଧାରଣ ବଗିରେ

କିଏ ମଜା ମଜା କଥା କହେ

କିଏ ଜାଣି ନ ଜାଣିଲା ପରି ପାଖ ଲୋକକୁ ପ୍ରଶ୍ନ

ବୁଲା ବିକାଳୀ ଙ୍କ ଯିବା ଆସିବା ସହିତ ରଡ଼ି

ପ୍ରାୟ କୋଳାହଳ ରହେ ସାଧାରଣ ବଗି।


କିଏ ଶୋଉଛି,କିଏ ଢୁଳଉଛି

କିଏ ଗୋଡ ହାତ ଲମ୍ବେଇ ବସିଛି

କିଏ ସିଟ୍ କୁ ରାଜ ସିଂହାସନ ଭାବି,ରାଜାର ଠାଣି

କିଏ ଉଠ ଉଠ କହି ପାଟି କରୁଛି।


କିଏ ଚୁପ୍ ଚାପ୍ ବସିଛି

କିଏ ବଡ ପାଟିରେ ଯାହା ତାହା କହୁଛି

କିଏ ପାଗଳ ପରି ପ୍ରଳାପ କରୁଛି

କିଏ ଦୁଃଖରେ ମୁଁହ ଶୁଖାଇ ବସିଛି

ଗାଡି ଚାଲୁଛି, ଛୁକ୍ ଛୁକ୍ ଶବ୍ଦରେ

ଶବ୍ଦ ବି ସୁର ତାଳ ଲୟ ଭିତରେ।


ଗାଡି ଅଟକି ଯାଉଛି ଷ୍ଟେସନ୍ ରେ

କେତେ ଓହ୍ଲାଇ ଗଲେ,କେତେ ଚଢ଼ିଲେ

ଚା ଚା ରଡ଼ି ସହିତ ଫେରି ବାଲା

ଚଣା ଲେମ୍ବୁ, ଝାଲ ମୁଢ଼ି, ଚିନା-ବାଦାମ

ପାଣି,ଥଣ୍ଡା,ସିଝା ଅଣ୍ଡା ଓ ବ୍ରେଡ୍

ପ୍ରାୟ ସବୁ ଖାଇବା ଜିନିଷ ସାଧାରଣ ବଗିରେ।


ଷ୍ଟେସନ ଛାଡ଼ି ପୁଣି ଗାଡି ଯାଉଛି ,ଆଗକୁ ଆଗକୁ

ସିଟ୍ ଖାଲି ଦେଖି ତାସ୍ ଖେଳ

ପାଟି ତୁଣ୍ଡ,ପୁଣି ବକର୍ ବକର୍

ବିନା ଟିକେଟ ଯାତ୍ରୀଙ୍କ ଖାଲି ଏପଟ ସେପଟ

ଆଞ୍ଚଳିକ ଯାତ୍ରୀଙ୍କ ପଣ୍ୟ ଦ୍ରବ୍ୟର ପରିବହନ

ଗହଳି ଓ ଗହଳି ସେଇ ସାଧାରଣ ବଗି।


ସାଧାରଣ ବଗି ଆଉ ସାଧାରଣ ଜିବନ

ଜୀବନର ଚିତ୍ର ସାଧାରଣ ବଗିରେ

ଆମ ପ୍ରଗତିର ଚିତ୍ର ସାଧାରଣ ବଗିରେ

ଆମେ କେତେ ଉନ୍ନତ,କେତେ ସୁରକ୍ଷିତ

ଆମ ଦେଶ ସଂସ୍କୃତି ର ଚିତ୍ର

କାହାକୁ ନ ପଚାରି ବି ଜାଣିହେବ

ସାଧାରଣ କଥା,ସାଧାରଣ ବଗିରେ।









Rate this content
Log in

Similar oriya poem from Abstract