STORYMIRROR

suvendu Meher

Inspirational

3  

suvendu Meher

Inspirational

ସାବିତ୍ରୀ

ସାବିତ୍ରୀ

1 min
180


ସାବିତ୍ରୀ!

ପତି ସୁହାଗିନୀ

ସତୀ ଶିରୋମଣୀ

ମହିୟସୀ ମହାଭାରତୀୟ ନାରୀ

ଧିଶକ୍ତି ସମ୍ପର୍ଣ୍ଣା

କର୍ତ୍ତବ୍ୟ ଜ୍ଞାନ ଓ ଧୈର୍ଯ୍ୟ ବଳେ

ଅଟଇ ପ୍ରବୀଣା ।


ଲୋଡ଼ାନାହିଁ ଯାହାପାଇଁ

ନଡିଆ,କଦଳୀ,ସେଓ, ଆମ୍ବ କି ପଣସ

ସପୁରୀ, ଖଜୁରୀ ଆଉ ସପେଟା, ଅଙ୍ଗୁର !

ଲୋଡ଼ାନାହିଁ

ଶାଢ଼ୀ, ଚୁଡି, ଶଙ୍ଖା କି ସିନ୍ଦୁର

ଅଳତା,କୁଙ୍କୁମ ଆଉ ଦାମୀକିଆ ଶାଢ଼ୀ ।


ସତୀତ୍ଵର ସାମର୍ଥ୍ୟ ଦେଖାଇ

ପରାକାଷ୍ଠା ପୁଣ୍ୟ କୀର୍ତ୍ତି ବଳେ

ଯମଦ୍ୱାରୁ ଫେରେଇ ପାରିଲା ସେ

ସ୍ୱାମୀଙ୍କ ଜୀବନ

ଧନ୍ୟ ଦେବୀ!

ତୁମ ନିଷ୍ଠା ତୁମ ପରାକାଷ୍ଠା ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational