STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ସାବଧାନ

ସାବଧାନ

1 min
279

ସାବଧାନ ହୋଇ ଚାଲୁଥା ରେ ଧନ, 

ଜୀବନର ଚଲାପଥେ,

କେବେ କେଉଁବାଟେ ଘଟିଯିବ କ୍ଷଣେ, 

ଦୁର୍ଘଟଣା ସାଥେସାଥେ। 


କେହି ଆସିବେନି ସୁରକ୍ଷା ପାଇଁ ତୋ, 

ନିଜ ରକ୍ଷା ନିଜ ହାତେ

ପଥ ମାପି ଚାଲୁଥିଲେ ସତର୍କରେ, 

ପଡ଼ିବୁନି ତୁ ବିପଦେ। 


ହସ ଖେଳ ନାଚ ଯେତେ ପାର କିନ୍ତୁ, 

ପଥରୁ ନଯାଅ ହୁଡ଼ି,

ଥରେ ଗଲେ ହୁଡ଼ି ପଡ଼ିଯିବ ହୁରି, 

ଆଉ ପାରିବନି ଫେରି। 


ଫେରିବାର ବାଟ ମୁଦିବା ଆଗରୁ, 

ଫେରିଆସ ନିଜ ଘର,

ବଳକା ଆୟୁଷ ସରିବା ଆଗରୁ, 

ନିଜକୁ ନିଜେ ସୁଧାର।


ନିଜେ ନବୁଝିଲେ କେହି ବୁଝିବେନି, 

ଦୁନିଆଟା ସ୍ୱାର୍ଥପର,

ସର୍ବେ ନିଜ ନିଜ କର୍ମଫଳ ଭୁଞ୍ଜି, 

ବାହୁଡ଼ିବେ ନିଜ ଘର। 


ପାଦ ନଥାପିଲେ କେଉଁ ଭଗବାନ, 

ବାହିନେବେ ନାହିଁ ତୋତେ,

କର୍ମର ସଂସାର କାର୍ଯ୍ୟ ବିନା ଏଠି, 

ମିଳେନାହିଁ କିଛି ହାତେ। 


ସୁପଥରେ ରହି ଚାଲୁଥାଅ ଧୀରେ, 

ଯେତେ ଆସୁ ପଛେ ବାଧା,

ମେଘ ଗଲେ ଘୁଞ୍ଚି ସୂର୍ଯ୍ୟ କିରଣରେ 

ଦୂର ହେବ ସବୁ ବ୍ୟଥା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational