STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ସାଆନ୍ତ ମୋ ମହାପ୍ରଭୁ

ସାଆନ୍ତ ମୋ ମହାପ୍ରଭୁ

1 min
191

ଏ ସ°ସାର ନାଟ ଜଣେ ମୋ ସାଆନ୍ତ

ସାଆନ୍ତ ମୋ ମହାପ୍ରଭୁ

ଅଶାନ୍ତ ପରାଣେ ଶାନ୍ତି ଭରିଯାଏ

ତୁମ କଥା ଭାବୁଭାବୁ ।


ଯାହା ମୁଁ ମାଗିଛି ତାଠାରୁ ଅଧିକ

ତୁମେତ ଦେଇଛ ମୋତେ

ତୁମରି ଆଶିଷେ ହସେ ମୋ ଦୁନିଆ

ଦୂରୁଗମ ଚଲା ପଥେ

ପ୍ରତି ଛନ୍ଦେଛନ୍ଦେ ପରମ ଆନନ୍ଦ

ତୁମେତ ଦେଇଛ ସବୁ 

ସାଆନ୍ତ ମୋ ମହାପ୍ରଭୁ...


ସମୟ ବଦଳେ ଋତୁ ବି ବଦଳେ

ବଦଳେ ଦୁନିଆ ରୂପ

ଖରା ଛାଇ ଖେଳ କୁହୁଡି ହେମାଳ

ଦୁଃଖ ସୁଖେ ଲେଖା ଗପ

ତୁମରି ନିର୍ଦ୍ଦେଶେ କାମକରି ଶେଷେ

ତୁମ ପାଶେ ଫେରିଯିବୁ

ସାଆନ୍ତ ମୋ ମହାପ୍ରଭୁ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics