Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Comedy Drama Romance

4.5  

Santosh Mishra

Comedy Drama Romance

ସ୍ୱୟଂବର

ସ୍ୱୟଂବର

1 min
359


ମୋ ଝିଅ କହିଲା ମୋ ବିବାହ ପରେ

ତୁମ ସ୍ୱୟଂବର କରିବି,

ମୋ ଶାଶୁ ଘରର  in-law ମାନଙ୍କୁ

ନିମନ୍ତ୍ରଣ ପତ୍ର ଦେବି,

ତୁମକୁ ଖୁସି କରିବି,

କହିଲି ଗୋ ଝିଅ  ବୁଢା ବୟସରେ

ପୁରା re-charge ହେବି ।


ଏଇ ମୋ ଝିଅର ନିର୍ବନ୍ଧ ବେଳକୁ

ଦେଖିଛି ମୁଁ ସମସ୍ତଙ୍କୁ,

ଶାଶୁ ମାଇଁ ଶାଶୁ  ମାଉସୀ ମିସିକି

ଥଟ୍ଟା କରୁଥିଲେ ଆମ୍ଭଙ୍କୁ,

ଦୁଃଖ ଲାଗେ ଦେଖି ଝିଅକୁ,

ସବୁ ଦୁଃଖ ମୋର ମାଟିରେ ମିଶିଲା

ଖୁସି କରିଦେଲା ମନକୁ ।


ଶାଶୂଟା ତୋହର  ସାଙ୍ଗ ବୟସର

ବାକି ସବୁ ଛୋଟ ଲାଗେ,

ସେଇଥି ପାଇଁ ତ ସମସ୍ତଙ୍କୁ ଛାଡ଼ି

ଶାଶୂ ଟା ତୋହର ଆଗେ,

ତୋ ଶାଶୂ ହାତକୁ ମାଗେ,

ମୋ ଆଖି ଆଗରେ  ଉଭା ହୋଇଗଲେ

ସମୂନ୍ଧୁଣି ମୁହଁ ଦେଖେ ।


ଗୋଲାପ ଫୁଲଟେ ଧରେଇ ଦେଲି ମୁଁ

ତୋ ଶାଶୂ ହାତକୁ ଗଲା,

କୁଣ୍ଢେଇବା ପାଇଁ ମନ ବଳିବାରୁ

ଦେହଟା କଚାଡି ହେଲା,

ନିଦ ମୋର ଭାଙ୍ଗି ଗଲା,

ସ୍ବପ୍ନ ଦେଖୁଥିଲି ଖଟରୁ ପଡ଼ିଲି

ଅଣ୍ଟା ଟାବି ଭାଙ୍ଗି ଗଲା ।


Rate this content
Log in

Similar oriya poem from Comedy