STORYMIRROR

Dharitri Das

Abstract Children

4  

Dharitri Das

Abstract Children

ସ୍ୱର୍ଣ୍ଣ ତ୍ରିଭୁଜ

ସ୍ୱର୍ଣ୍ଣ ତ୍ରିଭୁଜ

1 min
303

ପୁରୀ କୋଣାରକ ଭୁବନେଶ୍ୱର

ସ୍ବର୍ଣ୍ଣ ତ୍ରିଭୁଜ ଅଟେ ଓଡ଼ିଶାର।

ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର

ପତିତପାବନ ଉଡ଼େ ଫରଫର।

ମହୋଦଧି କୂଳେ ଯେ ଅବସ୍ଥିତ

ଶଙ୍ଖକ୍ଷେତ୍ର ନାମେ ସେହି ବିଖ୍ୟାତ।

କୋଣାରକେ ସୂର୍ଯ୍ୟଦେବ ମନ୍ଦିର

ଅର୍କ କ୍ଷେତ୍ର ବୋଲି ବୋଲେ ସଂସାର।

କାରୁକାର୍ଯ୍ୟ ଭରା ଗାତ୍ର ତାହାର

ମନ ମୋହିନିଏ ଦର୍ଶକଙ୍କର।

ଭୁବନେଶ୍ୱରେ ପ୍ରଭୁ ଲିଙ୍ଗରାଜ

ଶୈବ ପୀଠ ରୂପେ ହୋଇ ବିରାଜ।

ତୋଷୁଛନ୍ତି ସଭିଙ୍କ ମନ ପରାଣ

ଓଡିଶା ରାଇଜର ଗୌରବ ଜାଣ।

ତ୍ରିଭୁଜ ଆକାରେ ହୋଇ ବିରାଜ

କାହିଁ କେତେ କାଳୁ ସ୍ଵର୍ଣ୍ଣ ତ୍ରିଭୁଜ।

ରୂପରେ ରହିଛନ୍ତି ହୋଇ ସଜ

ମାନ ବଢ଼ାଇଣ ଉତ୍କଳେ ରାଜ।

ଏହା ବ୍ୟତୀତ ଭାରତ ବର୍ଷର

ଦିଲ୍ଲୀ ଆଗରା ସହିତ ଜୟପୁର।

ଅଟନ୍ତି ସେ ଦେଶର ସ୍ବର୍ଣ୍ଣ ତ୍ରିଭୁଜ

ଏକଥା ସଭିଏଁ ମନରେ ହେଜ।

ନୂଆଦିଲ୍ଲୀରେ କୁତବ ମୀନାର 

ତାଜମହଲ ଦେଖ ଆଗରାର।

ଜୟପୁର ହାୱା ମହଲ ପୁଣି

ସ୍ବର୍ଣ୍ଣ ତିରିଭୁଜ ତାହାକୁ ଭଣି।

ଦର୍ଶନେ ସଭିଙ୍କ ମନ ମୋହନ୍ତି

ହୃଦୟ ଶାନ୍ତିରେ ଭରି ଦିଅନ୍ତି।

ଏହିତ ଆମ ରାଇଜ ଦେଶର

ଗୌରବ କୀର୍ତ୍ତି କରଇ ବିସ୍ତାର।


Rate this content
Log in

Similar oriya poem from Abstract