STORYMIRROR

Subhalaxmi Nayak

Inspirational

3  

Subhalaxmi Nayak

Inspirational

ସ୍ୱପ୍ନ ପଥେ

ସ୍ୱପ୍ନ ପଥେ

1 min
168

ସମୟର ଅଭିବାଦନ କରି ଗ୍ରହଣ

ଅସୁମାରୀ ଆଶା ନେଇ କର ଆରୋହଣ

ସ୍ୱପ୍ନ ପଥ ନୁହଁଇ ଯେ ଗୋଲାପର ଆସ୍ତରଣ

ପାଦେ ପାଦେ ସମାଜର କଠୋର ନୀତି ନିୟମ।


ମଶାଲ ଧରିଛ ଯଦି ହାତରେ ତୁମର

ଲକ୍ଷ୍ୟ ସିଦ୍ଧି ପାଇଁ ଆବଶ୍ୟକ ଏକାଗ୍ର ଚିତ୍ତର

ଆସୁ ପଛେ ଝଡ଼ ଝଞ୍ଜା, ବୈଶାଖୀର ଖରା

କ୍ଳାନ୍ତ ମନେ ଭରି ସକାରାତ୍ମକ ଉର୍ଜାର ପସରା।


ଶହେ ଲୋକ ଭିଡ଼ରେ ଜଣେ ଆଚମ୍ବିତ କରେ

ଯେଉଁ ଜନ ଧୈର୍ଯ୍ୟ ଧରି ଆଗକୁ ବଢ଼ି ପାରେ

ବିଚ୍ୟୁତ ନ ହୋଇ ନିଜ କର୍ମେ ମନ ଦେଇ

ସେ ହିଁ ଏକା ତେଜୀୟାନ ସୂର୍ଯ୍ୟ ସମ ଚମକଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational