STORYMIRROR

Susanta Nayak

Inspirational

2  

Susanta Nayak

Inspirational

ସ୍ୱଦେଶୀ

ସ୍ୱଦେଶୀ

1 min
14K


ସ୍ୱଦେଶୀ ଏକ ପ୍ରହେଳିକା

ସ୍ୱଦେଶୀର ବଦଳିଛି ପରିଭାଷା

ମୁଁ ଯାହା କହିବି ତାହା ସ୍ୱଦେଶୀ,

ତୁମେ ଯାହା କହିବ ତାହା ସ୍ୱଦେଶୀ ନୁହେଁ

ମହଙ୍ଗା ବିଦେଶୀ ବ୍ରାଣ୍ଡର ସ୍ମାର୍ଟ ଫୋନ ଧରି ମୁଁ ଭାଷଣ ଦେଉଛି ସ୍ୱଦେଶୀ ଉପରେ

ସ୍ୱଦେଶୀ ନାଁରେ କିଏ ନିର୍ବାଚନ ଜିତୁଛି, ଆଉ ନେତା ବନୁଛି

କିଏ ଉଦ୍ୟୋଗପତି ବନୁଛି,

କିଏ ଭାଷଣ ଦେଇ ବକ୍ତା ବନୁଛି, ଆଉ ନେତା ବନୁଛି

କିଏ ପୁସ୍ତକ ଲେଖି ଲେଖକ ବନୁଛି,

ଗାନ୍ଧିଙ୍କ ଖଦଡ଼ ମାଳା ପିନ୍ଧି ବିଦେଶୀ କମ୍ପାନୀଙ୍କ ସହିତ ଡିଲ୍ କରୁଛି

ଇଂରାଜୀ ବିରୋଧ କରି ନିଜ ପିଲାଙ୍କୁ ଇଂରାଜୀ ପଢ଼ାଇ ବିଦେଶ ପଠାଉଛି

ଆମେ ସ୍ୱଦେଶୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational