STORYMIRROR

Susanta Nayak

Others

3  

Susanta Nayak

Others

ଗୋସେଇଁ ମା’ର କାର୍ତ୍ତିକ ବ୍ରତ

ଗୋସେଇଁ ମା’ର କାର୍ତ୍ତିକ ବ୍ରତ

1 min
22.9K


ଗୋସେଇଁ ମା’, କରିଥାଏ କାର୍ତ୍ତିକ ବ୍ରତ

ବଡ଼ି ସକାଳୁ ଉଠି, ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ

ଓଦା ଲୁଗାରେ ଗୋପୀନାଥ ଦର୍ଶନ

ତୁଳସୀ ଚଉରାରେ ପକାଇ ଚିତା, କରିଥାଏ ପୂଜା ଅର୍ଚ୍ଚନା

ସେ ପୁଣି ଅବଘରା ସାତ୍ତ୍ୱିକ ଭୋଜନ

ଓଉ, ସାରୁ, ନଡ଼ିଆ ପକା, ଧୁଆ ମୁଗ ଡାଲି, ଅରୁଆ ଅନ୍ନ

ସନ୍ଧ୍ୟାରେ ପୁରାଣ ପାଠ

ଅଁଳା ନବମୀ ଠାରୁ ପଞ୍ଚୁକ ପାଞ୍ଚ ଦିନ

ଅଁଳା ଗଛ ତଳେ, ହବିଷ୍ୟାନ୍ନ

ଏ ତ କାର୍ତ୍ତିକ ବ୍ରତ, ଅଟେ ଗୋଷି ମା’ର

କାର୍ତ୍ତିକ ପୂର୍ଣ୍ଣିମା ଦିନ

ତୀର୍ଥ ପୁଷ୍କରଣୀରେ ରେ ସ୍ନାନ ସାରି

ମଙ୍ଗଳ ଧ୍ୱନୀ ସହିତ

କଦଳୀ ବାହୁଙ୍ଗା ଡଙ୍ଗାରେ ପାନ, ଗୁଆ, ଦୀପ ରଖି

ଗାଇ “ଅ କା ମା ବୈ – ପାନ ଗୁଆ ଥୋଇ”

ଦୀପ ଦାନ ବଡ଼ି ଭୋରରୁ।

ଦିନରେ ବେଳାଭୂମି ବୁଲା,

ପୂର୍ଣ୍ଣମୀ ଦିନର ବଡ଼ ବଡ଼ ଲହଡ଼ି

ଦେଖି ଦରିଆ ମହାବୀର, ସୁନାର ଗୌରାଙ୍ଗ

‘କରାଟ’ରୁ ରେଜା ପଇସା, ଥଳିରୁ ଚାଉଳ

କରି ଧାନଧର୍ମ ।

ଫେରିବା ବାଟରେ ଶ୍ରୀମନ୍ଦିର ଭିଡରେ

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ

ଏ ତ ଗୋସେଇଁ ମା’ ର କାର୍ତ୍ତିକ ବ୍ରତ


- ସୁଶାନ୍ତ କୁମାର ନାୟକ, ନୂଆ ଦିଲ୍ଲୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍