STORYMIRROR

Susanta Nayak

Abstract

3  

Susanta Nayak

Abstract

ବିନାଶ ପାଇଁ ସମୟର ଅଭାବ ନାହିଁ

ବିନାଶ ପାଇଁ ସମୟର ଅଭାବ ନାହିଁ

1 min
11.8K

ଯୁଗ ଯୁଗ ବିତିଯାଏ

ସୁନ୍ଦର ସୃଷ୍ଟି ର ପରିକଳ୍ପନା ପାଇଁ,

ଗୋଟିଏ ମୁହୂର୍ତ୍ତରେ ବିନାଶ ହୋଇଯାଏ

ଏଇ ସୁନ୍ଦର ସୃଷ୍ଟିର

କାରଣ

ବିନାଶ ପାଇଁ ସମୟର ଅଭାବ ନାହିଁ


ଭୋଜନ ପ୍ରସ୍ତୁତି ପାଇଁ

କେତେ ଯେ ସମୟ କେତେ ଯେ ପରିଶ୍ରମ ଆବଶ୍ୟକ

ମୋର ଛୋଟ ପୁଅ କହି ଥିଲା

ଦେଖ ବାପା,

ବୋଉ ଆମର ସକାଳୁ ଲାଗିଛି

ଆମ ସୁସ୍ଵାଦୁ ବ୍ୟଞ୍ଜନ ବନାଇବା ପାଇଁ

ଆମେ କିନ୍ତୁ

ଡାଇନିଂ ଟେବୁଲ୍ ଉପରେ ତାକୁ

ଦଶ ମିନିଟ୍ ବି ରଖିବାକୁ ଦେଲୁନି

କାରଣ

ବିନାଶ ପାଇଁ ସମୟର ଅଭାବ ନାହିଁ


ଦେଶ ରକ୍ଷା ପାଇଁ କେତେ ଯେ ବୈଜ୍ଞାନିକ

ଦିବାରାତ୍ରି ଏକାକାର କରି

ବର୍ଷ ବର୍ଷ ଧରି ଗବେଷଣା ପରେ

ପ୍ରସ୍ତୁତ କରୁଛନ୍ତି କ୍ଷେପଣାସ୍ତ୍ର

କିନ୍ତୁ ଯୁଦ୍ଧ ବେଳେ ଏହାର ବିନାଶକାରୀ

ଶକ୍ତି ପ୍ରଦର୍ଶିତ କରିବା ପାଇଁ କିଛି ସମୟ ଲାଗେ ନାହିଁ

କାରଣ

ବିନାଶ ପାଇଁ ସମୟର ଅଭାବ ନାହିଁ


ସମ୍ପର୍କ ଗଢ଼ିବାରେ ଲାଗି ଯାଏ କେତେ ବର୍ଷ

ଗୋଟିଏ କଟୁ ବାକ୍ୟ ଛାରଖାର କରିଦିଏ

ଏ ସମ୍ପର୍କକୁ ଗୋଟିଏ ମୁହୁର୍ତ୍ତରେ

କାରଣ

ବିନାଶ ପାଇଁ ସମୟର ଅଭାବ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract