ନିର୍ବାଚନ
ନିର୍ବାଚନ
ହେ ନିର୍ବାଚନ ଏ କି କଲ?
କାହାକୁ ଜିତାଉଛ, ଏ ତ ଜଣାନାହିଁ
କିନ୍ତୁ ମାରିଲ କେତେ ଜୀବନ
ହେ ନିର୍ବାଚନ ଏ କି କଲ?
ମହାରାଲିରେ ଆସପାସ
ବାକି ସବୁବେଳେ ଦୂରକୁ ବସ
ହେ ନିର୍ବାଚନ ଏ କି କଲ
ନେତାଙ୍କ ମାସ୍କ ତାଙ୍କ ପକେଟ ଭିତରେ
ଭୋଟରଙ୍କ ମାସ୍କ ତାଙ୍କ ନାକ ତଳେ
ହେ ନିର୍ବାଚନ ଏ କି କଲ
ସିଏ ପ୍ରାର୍ଥୀ ହୋଇ ଆସିଥିଲେ, ଅର୍ଥୀ ବନାଇଦେଲ
ହେ ନିର୍ବାଚନ, ତୁମେ ଏ କି କଲ?
ବିଶ୍ୱଗୁରୁ ହାତରେ ଭିକ୍ଷାଥାଳି ଧରାଇଲ
