STORYMIRROR

Susanta Nayak

Others

2  

Susanta Nayak

Others

ପ୍ରବାସୀଙ୍କ ସରସ୍ଵତୀ ପୂଜା

ପ୍ରବାସୀଙ୍କ ସରସ୍ଵତୀ ପୂଜା

1 min
13.9K


ସରସ୍ୱତୀ ପୂଜା
ମା ସରସ୍ୱତୀଙ୍କୁ ପୂଜା ଆଜି
ଶ୍ରୀପଞ୍ଚମୀ ଆଜି, ବସନ୍ତ ପଞ୍ଚମୀ ଆଜି
କବି ବଳରାମ ଦାସ କହିଛନ୍ତି..
ଏହି ପଞ୍ଚମୀ ଯେ ଅଟଇ ଭଲ । 
ଆନ ପଞ୍ଚମୀ ନୁହେଁ ଏହା ତୁଲ ॥

ମନେ ପଡ଼େ କମଳଲୋଚନ ସ୍ତୁତି. .
କମଳ ଲୋଚନ ଶ୍ରୀହରି, କରଣେ ଶଙ୍ଖଚକ୍ର ଧରି..
ଖଗ ଆସନେ ଖଗପତି, ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ 
ସେତେବେଳର ଚାଟଶାଳୀରେ ସାମୂହିକ ଗୀତ ବୋଲା..

ମନେ ପଡ଼େ ପିଲାବେଳର
ବଡ଼ି ଭୋରର ଫୁଲ ତୋଳା
ନୂଆ ପ୍ୟାଣ୍ଟ ଶାର୍ଟ ପିନ୍ଧି
ସକାଳୁ ସକାଳୁ ଭୋଗ ଡାଲା ନେଇ . . .
ପୂଜାକୁ ଯିବା
ପୁରୋହିତଙ୍କ ମନ୍ତ୍ର ଉଚାରଣକୁ ଧୈର୍ଯ୍ୟ ଦେଇ ଶୁଣିବା
ପୁଷ୍ପାଞ୍ଜଳି ଦେଇ
ନଡ଼ିଆ ବାଡ଼େଇବା
ଅଧେ ନଡିଆ ଆଣିବା
ଷଢ଼େଇ ଭିତରେ ଚୁଡ଼ା ଘଷା ଭୋଗ ଘରକୁ ଆଣିବା

ଏବେ କିନ୍ତୁ..
ଆମ ପିଲା ବଡ଼ ହେଲେଣି
ଅଣ-ଓଡ଼ିଆ ସ୍କୁଲରେ ପଢ଼ିଲେଣି
ଧର୍ମନିରପେକ୍ଷ ରାଷ୍ଟ୍ରରେ 
ସ୍କୁଲ ଆଉ କଲେଜରେ ସରସ୍ୱତୀ ପୂଜା ନାହିଁ

ପିଲାଏ ସକାଳୁ ବାହାରି ଗଲେଣି. . .
କିଏ ପରୀକ୍ଷା ଦେବାକୁ ତ
କିଏ କଲେଜରେ ଇମ୍ପର୍ଟାଣ୍ଟ କ୍ଲାସ ଆଟେଣ୍ଡ କରିବାକୁ

ଯେଉଁଠି ବା ସ୍ୱରସତୀ ପୂଜା ଆମେ କରୁଛେ
ପୁରୋହିତଙ୍କ ମନ୍ତ୍ର ଠାରୁ ମୋବାଇଲର ଘଣ୍ଟି ଅଧିକ ବାଜିଲାଣି
ଠାକୁରାଣୀଙ୍କୁ ଦର୍ଶନ କରିବା ଠାରୁ ଅଧିକ ଫୋଟୋ ଆଉ ସେଲଫି ହେଲାଣି
ତଥାପି ସଭ୍ୟ ସମାଜରେ ଆମେ ଆଗକୁ ମାଡି ଚାଲିଛୁ..

ଜୟ ମା ସରସ୍ୱତୀ !!!

 - ସୁଶାନ୍ତ କୁମାର ନାୟକ
22 ଜାନୁଆରି 2017 (ସରସ୍ୱତୀ ପୂଜା)


Rate this content
Log in