STORYMIRROR

Monalisha Panda

Inspirational

2  

Monalisha Panda

Inspirational

ସ୍ୱଚ୍ଛ ଭାରତ

ସ୍ୱଚ୍ଛ ଭାରତ

1 min
216

ସୁସୁନ୍ଦର ଜୀବନ ମାନବ ସମାଜର 

ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏଥିରେ ସ୍ବଚ୍ଛତାର ।।

ମହାତ୍ମା ଙ୍କ ଅଭିଳାଷ ଥିଲା ସ୍ଵଚ୍ଛ ଭାରତ ଗଠନ

ସ୍ଵଚ୍ଛ ସୁସ୍ଥ ସମାଜ ପ୍ରତି ସେ ଥିଲେ ସଚେତନ ।।

ଭାରତ ସରକାରଙ୍କ ଗଠିତ ସ୍ଵଚ୍ଛ ଭାରତ ଅଭିଯାନ 

ସମୃଦ୍ଧ କରିବ ଏହା ସମଗ୍ର ଜନ ଜୀବନ ।।

ବାପୁଜୀ ଙ୍କ ୧୫୫ ତମ ଜନ୍ମ ଜୟନ୍ତୀରେ 

ଯୋଜନା ହେଲା ପ୍ରସ୍ତୁତ ସ୍ଵଚ୍ଛ ଭାରତ ନାମରେ ।।

୨୦୧୯ ଅକ୍ଟୋବର ୨ ତାରିଖ ରେ 

କାର୍ଯ୍ୟକାରୀ ହେଲା ଆରମ୍ଭ ସେହି ଯୋଜନାରେ ।।

ସମଗ୍ର ଭାରତରେ ଆଣିବା ପାଇଁ ସ୍ବଚ୍ଛତା 

ଗ୍ରାମାଞ୍ଚଳ ରୁ ସହରାଞ୍ଚଳରେ ଜାରି ରହିଛି ତତ୍ପରତା ।।

ଆଜି ର ଛାତ୍ର ସମାଜ ଆସ ଆଗକୁ

ସଫଳ କରିବା ମିଳି ମିଶି ଗାନ୍ଧୀ ଙ୍କ ସ୍ୱପ୍ନକୁ ।।

ସ୍ଵଚ୍ଛ ଭାରତ ଆବଶ୍ୟକତା ସଭିଙ୍କୁ ଦେବା ବୁଝାଇ

ଆଗେଇ ନେବା ସ୍ଵଚ୍ଛ ଭାରତ କୁ ହାତ ସହ ହାତ ମିଳାଇ ।।

ସାମିଲ୍ କରି ନିଜ କୁ ସ୍ୱଚ୍ଛ ଭାରତ ଗଠନ ରେ

ବସବାସ କରିବା ସ୍ବଚ୍ଛ ସବୁଜ ଭାରତ ବର୍ଷ ରେ ।।

ଏତିକିବିନତି କରୁଛି ମୁଁ ଦେଶବାସୀଙ୍କୁ 

ହୃଦୟଙ୍ଗମ କରନ୍ତୁ ଦେଶବାସୀ ନିଜର କର୍ତ୍ତବ୍ୟବୋଧକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational