STORYMIRROR

Dharitri Das

Inspirational Children

2  

Dharitri Das

Inspirational Children

ସ୍ୱାସ୍ଥ୍ୟ ପାଇଁ କେତୋଟି କଥା

ସ୍ୱାସ୍ଥ୍ୟ ପାଇଁ କେତୋଟି କଥା

1 min
137

ଦେହକୁ ହିତ କଲରା ପିତା

ଖାଇଲେ ହେବ ଜଗତ ଜିତା।

ଭେଣ୍ଡି ଗୋଟିଏ ଭଲ ପରିବା

ଖୁସିରେ ପିଲେ ତାକୁ ଖାଇବା।

ନାନା ଜାତିର ଶାଗ ପରିବା

ଖାଇଲେ ଆମେ ସୁସ୍ଥ ରହିବା।

ପୋଦିନା ପତ୍ର କରି ଚଟଣି

ସେବନେ ଅଂଶୁଘାତ ହେବନି।

ତୁଳସୀ ସଙ୍ଗେ ମହୁ ମିଶାଇ

ଖାଇଲେ ଥଣ୍ଡା ଯିବ ପଳାଇ।।

ବାଡ଼ିରେ ଥାଲକୁଡି ଲଗାଇ

ଖାଇଲେ ପେଟରୋଗ ନ ହୋଇ।

ଚଇତ୍ର ମାସେ ନିମ୍ବ ପତର

ଖାଇବ କରି ଅତି ଆଦର।

ନାନା ଜାତି ଋତୁଫଳ ଆଣି

ଖାଇବ ଖୁସି ମନରେ ପୁଣି।

ଡାଲି କ୍ଷୀର ଆଉ ଚୁନାମାଛ

ସୁଷମ ଖାଦ୍ୟ କହୁନି ମିଛ।

ଖାଇବା ସଙ୍ଗେ କରିବ ଯୋଗ

ସୁଖ ସମ୍ପଦ କରିବ ଭୋଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational