ସ୍ୱାର୍ଥପର ଋତୁ
ସ୍ୱାର୍ଥପର ଋତୁ
ଶୀତ ଆସୁଛି
ଖୁବ ଜାକଜମକରେ
ମୋ ଜୀବନ ସହରର
ମୋର ପ୍ରତ୍ୟେକ ଅଙ୍ଗକୁ
ମୋ ପିଠିରେ
ଶୀତ ମାଡିଆସେ
ଅମାନିଆ ଦରଦାମର
ଉଇ ହୁଙ୍କା ଭିତରୁ ।
ମୋ ପ୍ରିୟାର ନରମ ପିଠିରେ
ଅଜସ୍ର ଯନ୍ତ୍ରଣା
ଚାଳ ଛପର ଘରରେ
ସ୍ୱଳ୍ପ ବେତନ ଭୋଗୀ
ଚାକିରିଆର ଅଜସ୍ର ଯାତନା
ସରକାରୀ ବଜେଟରେ
ଅର୍ଥର ଅଭାବ ।
ବଡଲୋକ ନେତାଙ୍କ
ମେଣ୍ଢା ଲୋମ କମ୍ବଳକୁ
ଶୀତ ସ୍ପର୍ଶ କରିପାରୁନି
ବସନ୍ତ ଖେଳୁଛି ତାସ
ସେମାନଙ୍କ ପ୍ରତ୍ୟେକ
କୋଠରୀ ଭିତରେ
ଋତୁ ଚକ୍ର ବି ପାଳଟି ଯାଏ
ସ୍ୱାର୍ଥପର ଓ ନିର୍ମମ ।