ସ୍ୱାମୀ ବିବେକାନନ୍ଦ
ସ୍ୱାମୀ ବିବେକାନନ୍ଦ
ଜୟନ୍ତୀରେ ପ୍ରଣାମ ହେ ବିବେକାନନ୍ଦ
କିଏ ଅଛି ଆଉ ତୁମ ସମାସ୍କନ୍ଦ
ତୁମେ ଅଚ୍ୟୁତାନନ୍ଦ ଆଦିକନ୍ଦ
ତୁମ ଜନ୍ମ ତିଥିର ମଳୟ ଥିଲା ସୁଗନ୍ଧ
ଧନ୍ୟ ତୁମ ପିତାମାତା ହେ ଯୋଗେନ୍ଦ୍ର
ତୁମ ବାଣୀରେ ସମୀରଣ ମନ୍ଦମନ୍ଦ
ତୁମ ଜ୍ଞାନରେ ଦିଗନ୍ତ ବାସେ ମକରନ୍ଦ
ସତ୍ୟ ସନାତନ ଅନ୍ୟ ଏକ ନିଗମାନନ୍ଦ
ଭାରତବର୍ଷର ପ୍ରସିଦ୍ଧ ଧର୍ମ ବାଖ୍ୟାକାର
ବିଦେଶୀ ହୀନମନ୍ୟତାକୁ କଲ ବନ୍ଦ
ଚିକାଗୋ ସଭାରେ ବକ୍ତବ୍ୟ ଆଳରେ
ମହାନତା ବଢ଼େଇଲେ ନିରାନନ୍ଦ ସଦାନନ୍ଦ
ଶ୍ରେଷ୍ଠ ବିଚାରକ ହେ ଅନିନ୍ଦ୍ୟ
ଆଦର୍ଶ ତୁମର ମାନବିକତାର ଛନ୍ଦ
ଭାରତମାତାଙ୍କ ଶ୍ରେଷ୍ଠ ସନ୍ତାନ ବିବେକାନନ୍ଦ
ଅହିଂସା ପ୍ରିତୀରେ ଅନୁଭବ ତୁମ ଛନ୍ଦ
ପ୍ରତି ରକ୍ତ ବିନ୍ଦୁ ଗାଏ ଦେଶପ୍ରେମ ରନ୍ଦ୍ର ରନ୍ଦ୍ର
ତୁମେ ଜ୍ଞାନୀ ଗୁଣୀ ବାଗ୍ମୀ ଚମ୍ପୁ ଚନ୍ଦ୍ରାନନ୍ଦ
ବେଶ ପୋଷାକେ ତୁମେ ସତରେ ଅନିନ୍ଦ୍ୟ
ପିତୃ ମାତୃ ଦତ୍ତ ନାମ ନରେନ୍ଦ୍ର, କର୍ମଯୋଗୀ ପୂର୍ଣ୍ଣଚନ୍ଦ୍ର
ପିତା ବିଶ୍ୱନାଥ ମାତା ଭୁବନେଶ୍ୱରୀଙ୍କ ନରେନ୍ଦ୍ର
