ସ୍ୱାଧିନତା
ସ୍ୱାଧିନତା
ସ୍ୱାଧୀନ କାହାକୁ କହିବା ଭାଇରେ
ପରାଧିନପରି ଲାଗୁଛି
କେତେ ନୂଆ ରାଜ୍ୟ ଗଢ଼ୁଅଛୁଆମେ
ପଡ଼ୋଶୀ ଭଗାରୀ ସାଜିଛି
ମୋ ଦେଶ ପ୍ରଗତି ପଥରେ ବାଧକ
ପାକ୍ ଚୀନ୍ କୁଏତ୍ ଜାଗୁଛି
ସାଗର ବକ୍ଷରେ ଶତ୍ରୁ ସୈନିକ
ଯୁଝିବାକୁ ପଣ କରୁଛି
ଆଜି ମୋ ଭାରତ କାନ୍ଦୁଛି
ପରାଧୀନ ପରି ଲାଗୁଛି
ନାରୀର ଶୋଷଣ ଛାତ୍ରର କଷଣ
ନେତାଙ୍କ ଜଣାଣ ଶୁଭୁଛି
ଚରମ ସୀମାରେ ବାୟୁ ପ୍ରଦୂଷଣ
କାରଖାନା ଧୂଆଁ ଛାଡ଼ୁଛି
ପରାଧୀନ ପରି ଲାଗୁଛି
ଯେବେ କୃଷକକୁ ନମଣିବ ହୀନ
ଶିକ୍ଷକ ପାଇବ ଉଚିତ୍ତ ସମ୍ମାନ
ମୋଦେଶ ସ୍ୱାଧୀନ ହେବ ତେବେ ଜାଣ
ଉଠିବ ଦେଶରୁ ଯେବେ ଜାତିଆଣ |
