STORYMIRROR

Ajita Mishra

Classics Inspirational

3  

Ajita Mishra

Classics Inspirational

ସ୍ୱାଧିନତା

ସ୍ୱାଧିନତା

1 min
220


ସ୍ୱାଧୀନ କାହାକୁ କହିବା ଭାଇରେ

ପରାଧିନପରି ଲାଗୁଛି

କେତେ ନୂଆ ରାଜ୍ୟ ଗଢ଼ୁଅଛୁଆମେ

ପଡ଼ୋଶୀ ଭଗାରୀ ସାଜିଛି 

ମୋ ଦେଶ ପ୍ରଗତି ପଥରେ ବାଧକ

ପାକ୍ ଚୀନ୍ କୁଏତ୍ ଜାଗୁଛି

ସାଗର ବକ୍ଷରେ ଶତ୍ରୁ ସୈନିକ

ଯୁଝିବାକୁ ପଣ କରୁଛି

ଆଜି ମୋ ଭାରତ କାନ୍ଦୁଛି

ପରାଧୀନ ପରି ଲାଗୁଛି 

ନାରୀର ଶୋଷଣ  ଛାତ୍ରର କଷଣ

ନେତାଙ୍କ ଜଣାଣ ଶୁଭୁଛି

ଚରମ ସୀମାରେ ବାୟୁ ପ୍ରଦୂଷଣ

କାରଖାନା ଧୂଆଁ ଛାଡ଼ୁଛି

ପରାଧୀନ ପରି ଲାଗୁଛି 

ଯେବେ କୃଷକକୁ ନମଣିବ ହୀନ

ଶିକ୍ଷକ ପାଇବ ଉଚିତ୍ତ ସମ୍ମାନ

ମୋଦେଶ ସ୍ୱାଧୀନ ହେବ ତେବେ ଜାଣ

ଉଠିବ ଦେଶରୁ ଯେବେ ଜାତିଆଣ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics