Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

3.4  

Ranjan Kumar Brahma

Inspirational

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
95



        ଶିଶୁକବୀ ରୁଦ୍ରରୂପା ଵ୍ରହ୍ମା


ପ୍ରତିବର୍ଷ ପରି ଆସିଅଛି ଦେଖ

ଆମ ଅଗଷ୍ଟ ପନ୍ଦର ।

ସବୁ ବର୍ଷ ଠାରୁ ଅଲଗା ଭାବରେ

ପାଳନ ହେବ ଏଥର ।।


ତ୍ରିରଙ୍ଗା ଉଡିବ ଏକା ଏକା ଖାଲି 

ଆମ ସମସ୍ତଙ୍କ ବିନା ।

ଦୁଇ ତିନି ଜଣ ଯୋଦ୍ଧାଙ୍କ ସାଥିରେ

ଏହାକୁ ଆମେ ପାଳିବା ।।


ପତାକାକୁ ଧରି ସକାଳୁ ସ୍କୁଲକୁ

ଯିବେ ନାହିଁ ଆଉ ପିଲା ।

ପ୍ରଭାତ ଫେରିରେ ଦିଶିବନି ଧାଡି

ପିଲାଙ୍କର ଠେଲାପେଲା ।।


କରୋନା ଏଠାରେ କାଳ ସାଜି ପରା

ସବୁକୁ ବନ୍ଦ କରିଲା ।

ଉଡିବା ନିମନ୍ତେ ତ୍ରିରଙ୍ଗାକୁ କିନ୍ତୁ 

ଅଟକାଇ ନ ପାରିଲା ।।


ଆମ ସ୍ୱାଭିମାନ ଗଉରବ ଗାଥା 

ଉଡି କହେ ସେ ପତାକା ।

ମିଳିମିଶି ତାକୁ ସନମାନ ଦେବା

ତା ପାଖେ ନୁଆଇଁ ମଥା ।।



      ଷଷ୍ଠ ଶ୍ରେଣୀ, 

   ଚିକିଟୀ ଗଡ଼, ଗଞ୍ଜାମ


Rate this content
Log in

Similar oriya poem from Inspirational