STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ରୂପସୀ

ରୂପସୀ

1 min
448

ଶୀତ ସକାଳର କଅଁଳ ଖରା ତୁ

   ମୋ ଖୁସି ଶ୍ରାବଣ ଧାରା 

ମଧୁର ବେଳାର ଅଲିଭା ଗାର ତୁ 

  ମୋ ହୃଦୟ କାନ୍ଥ ସାରା

ମନ ଆଇନାର ଛଇଳୀ ଛବି ତୁ 

   ରୂପସୀ ରୂପ ପସରା 

ଜୀବନ ନଇର  ଅଛିଣ୍ଡା ରେଖା ତୁ 

   ଅଳସୀ ମେଘ ଅସରା

କୁସୁମ ବନର ଫୁଲେଇ ଫୁଲ ତୁ 

   ହସ ତୋର ମଧୁଝରା 

ଦୂର ପାହାଡର ଚଇତୀ ବାଆ ତୁ 

  ସ୍ମୃତି ତୋର ଅପାସୋରା

ହୃଦୟ ସିନ୍ଧୁର ଚଗଲୀ ନଇ ତୁ 

   ଅଦିନ ଜଳ ଫୁଆରା 

ପରୀ ରାଇଜର ଅପସରୀଟେ ତୁ 

  ଭାବ ତୋ ପୁରା ନିଆରା

ପ୍ରେମ ସଂଗୀତର ଚିତ୍ରଗୀତିଟେ ତୁ 

  ସ୍ବର ତୋ ପୁରା ବେସୁରା 

ପାହାନ୍ତି ରାତିର ମିଠା ସପନ ତୁ 

  ମନ କିଣେ ତୋ ଇସାରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract