STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରୁକି ରୁକି ଯାଏ ରୁକୁଣାରଥ

ରୁକି ରୁକି ଯାଏ ରୁକୁଣାରଥ

1 min
270


   ରାଜଧାନୀ ରାଜପଥ, 

ରୁକି ରୁକି ଯାଏ ରୁକୁଣା ରଥ, 

   ବିଜେ ତହିଁ ବିଶ୍ୱନାଥ ll


   ରଥ ଯାଏ ଗଡ଼ି ଗଡ଼ି, 

ଭକ୍ତିରେ ଭକତ ନିଅନ୍ତି ଭିଡ଼ି, 

   ଡାହୁକ ଛାଡ଼ନ୍ତି ରଡ଼ି ll


   ଚତୁର୍ଦ୍ଦଶ ଯାତ୍ରା ଖ୍ୟାତ, 

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, 

  ଅଶୋକା ଅଷ୍ଟମୀ ଯାତ ll


   ଜଗତେ ନଗର ରାଣୀ, 

ଭୁବନେଶ୍ୱରର ବଡ଼ କାହାଣୀ, 

   ସ୍ୱାଗତମ ରାଜାରାଣୀ ll


   ଏକଦିନେ ଚଣ୍ଡାଶୋକ, 

ହିଂସା ଛାଡ଼ି ହେଲେ ଧରମାଶୋକ, 

   ବିଗତ ହୋଇଲା ଶୋକ ll


    ବିଖଣ୍ଡିତ ଖଣ୍ଡଗିରି, 

ଐର ଖରାବେଳ ରାଜନ ଶିରି, 

   ପାଶରେ ଉଦୟଗିରି ll


   ଜୀନାସନ ଥିଲା ହୃତ, 

ଜୁର କରିନେଲେ ସେ ଡକାଇତ, 

  ଫେରାଇଲେ ଖାଇ ଲାତ ll


   ଏ ଆମ ଭୁବନେଶ୍ୱର, 

ଯହିଁ ବିରାଜିତ ଶ୍ରୀଲିଙ୍ଗେଶ୍ୱର, 

  ଲିଙ୍ଗ ମଧ୍ୟେ ରାଜେଶ୍ୱର ll


  ଢାଉଁ ଢାଉଁ ବାଜେ ଘଣ୍ଟ, 

ଢାଉଁଆଁ ହେଲେଣି ଶିବଙ୍କ ଭକ୍ତ, 

   ଅଣଲେଉଟା ସେ ରଥ ll


  ରୁକ୍ମିଣୀ ଶ୍ରୀ ସଦାଶିବ, 

ରଥେ ବିରାଜିତ ଶ୍ରୀବାସୁଦେବ, 

  କଲ୍ୟାଣ ବାଣ୍ଟନ୍ତି ଶିବ ll


   ପୁରାଇବେ ମନବାଞ୍ଛା, 

ଶ୍ରୀଲିଙ୍ଗରାଜଙ୍କ ଏକାନ୍ତ ଇଚ୍ଛା, 

   ଭକ୍ତଭାବ ଧେନୁ ବତ୍ସା ll


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational