STORYMIRROR

Dharitri Das

Abstract Children

4  

Dharitri Das

Abstract Children

ରତ୍ନଗର୍ଭା ଓଡ଼ିଶା

ରତ୍ନଗର୍ଭା ଓଡ଼ିଶା

1 min
212


ଭାରତ ଭୂଖଣ୍ଡେ   ଖଣିଜ ସମ୍ପଦ

     ରହିଅଛି ପୁରି ଯେତେ

ଓଡ଼ିଶାରେ ତାର   ତିନି ଚତୁର୍ଥାଂଶ

      ଭରିଅଛି ନାନା ମତେ।


ମୟୁରଭଞ୍ଜ   ଆଉ   ସୁନ୍ଦରଗଡ଼

      କେନ୍ଦୁଝର ଯାଜପୁର

ଖଣିରୁ ମିଳଇ     ଲୁହାପଥରଟି

     କେତେଯେ ଉଚ୍ଚ ମାନର।


ଓଡ଼ିଶାର  କଳାହାଣ୍ଡି  କୋରାପୁଟ

      ରାୟଗଡ଼ା ବଲାଙ୍ଗୀର

ଖଣିରେ ରହିଛି    ବକସାଇଟ ଯେ

      ଅନେକ ପରିମାଣର।  


ବକସାଇଟ    ଉତ୍ପାଦନେ ଓଡ଼ିଶା

      ଅଗ୍ରଣୀ ରାଜ୍ୟ ଅଟଇ

ଆଲୁମିନିୟମ      ଯହିଁରୁ ପ୍ରସ୍ତୁତ

      କରାଯାଇଥାଏ ଭାଇ।


ଉଡାଜାହାଜ ଓ  ବାସନ କୁସନ

      ତିଆରିରେ ବ୍ୟବହୃତ

ଓଡ଼ିଶାରେ ମିଳେ    ସମଗ୍ର ଦେଶର

      ପଇଁଚାଲିଶ ପ୍ରତିଶତ।


ସମ୍ବଲପୁର ଓ      ସୁନ୍ଦରଗଡରେ

       ମାଂଗାନିଜ ଖଣି ଭରା

କ୍ରୋମାଇଟ ଅଭ୍ର    ସହିତ ଯାହାର 

      ମାଟିତଳୁ କଳାହୀରା।


ନଦ ନଦୀ ଭରା      ସମତଳ ଭୂମି

        ଅରଣ୍ୟ ସମ୍ପଦେ ଭରି

ମନ୍ଦିର ମାଳିନୀ      ଉତ୍କଳ ମାତାର

        ଶୋଭାକୁ ବର୍ଦ୍ଧନ କରି।


ଉପକୂଳ ରାଜ୍ୟ     ପରିପୂର୍ଣ୍ଣ ହେତୁ

     ସାଗର ଗର୍ଭରେ ରତ୍ନ

ବିଦେଶୀ କବଳୁ    ରକ୍ଷା କରି ଆମେ

     କରିବା ଖଣିର ଯତ୍ନ।


ଉତ୍କଳର ମାଟି       ରହିଥାଏ ସଦା

      ଖଣି ଖାଦାନରେ ଭରା

ସେଥିପାଇଁ ପରା     ଓଡିଶାକୁ ଆମ

      ରତ୍ନଗର୍ଭା ବୋଲେ ଧରା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract