ରଥଯାତ୍ରା
ରଥଯାତ୍ରା
ଆଷାଢ଼ ମାସର ପୂର୍ଣ୍ଣମୀ ତିଥି ଦ୍ଵିତୀୟା
ରଥେ ବାହାରି ଭାଇ ଭଉଣୀ ଭାବ ବିନୋଦିଆ
ବଡଦାଣ୍ଡେ ରଥ ଗଡିବ ଘିଡ଼ିଘିଡ଼ି
ଭକତ ମନ ଓ ହୃଦୟେ ଘଡଘଡି
ମଣିମା ମଣିମା ଡାକିବେ ଭକତ ଭାବେ
ଦରଶନ କରି ଆଶିଷ ଭକତ ମାଗେ
ଭିଡ଼ ବାହାରେ ଭିଡ଼ ହେବ ଜଗା ଦର୍ଶନ
ତାଳଧ୍ୱଜ ଦେବଦଳନ ନନ୍ଦିଘୋଷରେ ମନ
ଉଛୁଳି ଉଠୁଛି ବଡଦାଣ୍ଡ କମ୍ପୁଛି ରାଜାନଅର
ଛେରାପହରା କରିବେ ଛାମୁ ଶ୍ରୀଛାମୁଙ୍କ ରଥ ଉପର
କେଡେ ସୁନ୍ଦର ଏ ଦିନ ଆସିଛି
ଝିପି ଝିପି ମୌସୁମୀ ବର୍ଷୁଛି
ଆକାଶ ପାତାଳ ମଝିରେ ପୃଥିବୀ
ପୃଥିବୀ ବକ୍ଷରେ ରଥ ପରି ସଵାରୀ
ଯାଆନ୍ତି ପ୍ରଭୁ ଗୁଣ୍ଡିଚା ବାଡ଼ି ଜନମବେଦୀ
ପୋଡପିଠା ଖାଇ ଗୁଣ୍ଡିଚା ମନ୍ଦିରେ ରହି ଦ୍ବିବେଦୀ
ନବଦିନ ନୀତି କାନ୍ତି ସମାପ୍ତି ସ୍ତୁତିରେ ମୋକ୍ଷ
ଜଗନ୍ନାଥ ଲୀଳାମୟ ଦେଖିବେ ଭକତ ଯାକ
ହରିବୋଲ ହୁଳହୁଳି ଗଗନ ପ୍ରକମ୍ପିତ
ରଥଯାତ୍ରା ଆସିଛି ଦେଖିଯିବା ଆ ସଙ୍ଗାତ ମିତ ।
