STORYMIRROR

Chittaranjan Nanda

Children

3  

Chittaranjan Nanda

Children

ରଥଯାତ୍ରା

ରଥଯାତ୍ରା

1 min
145

ନବ ଉନ୍ମାଦନା ନବୀନ କଳ୍ପନାରେ 

ଜଗତର ମହାପ୍ରଭୁ

ମାଉସୀ ଘରକୁ ବୁଲି ଯେବେ ପରା 

ସଜବାଜ ହୋଇ ପ୍ରଭୁ।୧।


ଛାଡି ଶ୍ରୀମନ୍ଦିର କାଳିଆ ଠାକୁର 

ରଥରେ ଆସିବେ ହରି

ମୋ କଳା କହ୍ନାଇ ସୁନ୍ଦର ଦିଶିଵେ 

ଭାଇ ଭଉଣୀଙ୍କୁ ଧରି ।୨।


ଗୁଣ୍ଡିଚା ମାଉସୀ ଜଗିଛନ୍ତି ଵସି 

ଚାହିଁଛନ୍ତି ଶ୍ରଦ୍ଧା ମନରେ

କାଳିଆ ଆସିବ କାଲି ଭାଇ 

ଭଉଣୀଙ୍କ ସଙ୍ଗତରେ ।୩।


ସାଜିଲାଣି ରଥ ଉଡିଲାଣି ନେତ 

ସିଂହଦ୍ୱାରେ ତିନି ରଥ

ପଣ୍ଡା ପଢିଆରି ପକାଇବେ ହୁରି 

ଜୟ ଜୟ ଜଗନ୍ନାଥ ।୪।


ବରଷକେ ଥରେ ଘୋଷ ଯାତରାରେ 

ଆସିବେ ଝୁଲିଝୁଲି

ଲାଗିବ ଗହଳି ଭକତଙ୍କ ମେଳି ଆସିବେ 

ମାଉସୀ ଘର ବୁଲି ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children