Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଋଷି

ଋଷି

1 min
337


ଦେବର୍ଷି ରାଜର୍ଷି      ବ୍ରହ୍ମର୍ଷି ଏମିତି 

       କେତେ ଋଷି ରହିଛନ୍ତି 

କେତେ ଯେ ବିଦ୍ୱାନ      କେତେ ପୁଣି ଜ୍ଞାନୀ

       କଳନା କେ କରିଥାନ୍ତି ।


ଦେବର୍ଷି ନାରଦ       ହେଲେ ବ୍ରହ୍ମଚାରୀ

        ତ୍ରିପୁର କଥା ଜାଣନ୍ତି 

ହସ୍ତେ ବୀଣାଧରି      ନାରାୟଣ ଜପି

        କ୍ଷଣିକେ ବୁଲି ଆସନ୍ତି ।


ବୈଦେହ ନରେଶ      ରାଜର୍ଷି ତ ଥିଲେ

       ନାମ ତାଙ୍କର ଜନକ

ହଳ କର୍ଷଣରେ      ସୀତାଙ୍କୁ ପାଇଲେ

        ଥିଲେ ସେ ପ୍ରଜା ପାଳକ ।


ବିଶ୍ଵାମିତ୍ର ଋଷି      ଥିଲେ ଯେ ରାଜର୍ଷି

       ଚାହିଁଲେ ହେବେ ବ୍ରହ୍ମର୍ଷି

କ୍ରୋଧିତ ହେଇଣ       ବଶିଷ୍ଠ ଋଷିଙ୍କ

       ପରିବାର ଥିଲେ ଧ୍ୱଂସି ।


ରାମଙ୍କ ହସ୍ତରେ       ତାଡକା ମାରିଣ

        ଋଷି ଯଜ୍ଞ ରକ୍ଷା କଲେ 

ବଳା ବଳାନ୍ତକ       ମହା ବିଦ୍ୟା ଦୁଇ

    ରାମଙ୍କୁ ସେ ଶିକ୍ଷା ଦେଲେ ।


ଯମଦଗ୍ନିଙ୍କର      ପୁତ୍ର ପର୍ଶୁରାମ

       କ୍ରୋଧେ ଶପଥ କରିଲେ

ପିତାଙ୍କ ହତ୍ୟାର      ପ୍ରତିଶୋଧ ନେଲେ

       ସହସ୍ରାର୍ଜ୍ଜୁନେ ବଧିଲେ ।


ସେଇ ପର୍ଶୁରାମ     ଦ୍ୱାପରେ କର୍ଣ୍ଣଙ୍କୁ

       ଯୁଦ୍ଧ ବିଦ୍ୟା ଶିକ୍ଷା ଦେଲେ 

ଜାଣିଲେ ଯେ କାଳେ      କ୍ଷତ୍ରିୟ ଏ କର୍ଣ୍ଣ 

        ଅଭିଶାପ ଦେଇ ଥିଲେ ।


ଦସ୍ୟୁ ରତ୍ନାକର       ମରା ମରା ଜପି

       ବାଲମୀକ ଋଷି ହେଲେ

ସପ୍ତ ରାମାୟଣ       ରଚନା କରିଣ 

       ଜଗତେ ପୂଜିତ ହେଲେ । 


ସେ ବାଲ୍ମୀକି ଋଷି        ଲବ କୁଶଙ୍କୁ ଯେ

        ରାମାୟଣ ଶିଖାଇଲେ

ଅଶ୍ୱମେଧ ଯଜ୍ଞେ        ମଧୁର ସୁରରେ

        ଗାୟନ ସେ କରିଥିଲେ ।


ଗୌତମ ଋଷିଙ୍କ       ପତ୍ନୀ ଅହଲ୍ଯାଙ୍କୁ

        ଇନ୍ଦ୍ର ସୂର୍ଯ୍ୟ ହରି ଥିଲେ 

ଋଷି ଅଭିଶାପ       ନିଷ୍ଫଳ ହୁଏନି

      ଦେବତା ହେଇ ଭୋଗିଲେ ।


ଋଷିଶୃଙ୍ଗ ଯେବେ      ଅଯୋଧ୍ୟା ଆସିଲେ

        ଝରିଲା ବରଷା ଧାରା

ସତେକି ଆକାଶେ       ଶ୍ରାବଣ ଆସିଲା

      ହସି ଉଠିଲା ଯେ ଧରା । 


ସେଇ ଋଷିଶୃଙ୍ଗ       ପୁତ୍ରେଷ୍ଟି ଯେ ଯଜ୍ଞ 

       ଦଶରଥଙ୍କର କଲେ

ଚରୁ ଅନ୍ନ ଖାଇ        ତିନି ରାଣୀଙ୍କର

       ଚାରି ପୁତ୍ର ହେଇଥିଲେ ।


ଋଷି ବିଶ୍ରବାଙ୍କ       ପୁତ୍ର ଦଶାନନ

       ମହା ଜ୍ଞାନୀ ଥିଲେ ହେଇ 

ମରଣ ସମୟେ        ରଜନୀତି ବିଦ୍ୟା 

        ଲକ୍ଷ୍ମଣଙ୍କୁ ଥିଲେ ଦେଇ ।


ଦୁର୍ବାସା ଋଷିଙ୍କ        ଆଶୀର୍ବାଦ ମାଳେ

       କର୍ଣ୍ଣ ଜନ୍ମ ହୋଇଥିଲେ

ତାଙ୍କ ଆଶୀର୍ବାଦେ      କୈକେୟୀ ଯେ ପଶୁ

       ପକ୍ଷୀ ଭାଷା ବୁଝି ଥିଲେ ।


ଉତ୍ତର ଆକାଶେ          ସପ୍ତର୍ଷିମଣ୍ଡଳେ

         ସପ୍ତ ଋଷି ରହିଛନ୍ତି  

ସୁନୀତିଙ୍କ ପୁତ୍ର         ଧ୍ରୁବ ଚାରିପଟେ 

        ପରିକ୍ରମଣ କରନ୍ତି ।


ସପ୍ତ ଋଷି ପୁତ୍ର        ଅଭିଶାପେ ଜୟ

        ବିଜୟ ରାକ୍ଷାସ ହେଲେ

ଅଭିଶାପୁ ମୁକ୍ତ        କରିବାର ପାଇଁ 

       ପ୍ରଭୁ ଅବତାର ନେଲେ ।


ଋଷିଙ୍କର କଥା      ହୁଏନି ଅନ୍ୟଥା

      ଫଳିବାଟା ସୁନିଶ୍ଚିନ୍ତ  

ଜଗତ କଲ୍ୟାଣେ         ନିଜକୁ ଉତ୍ସର୍ଗ 

     ପାଦେ କୋଟି ପ୍ରଣିପାତ ।


Rate this content
Log in

Similar oriya poem from Abstract