STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ରସଗୋଲା ଲୀଳା

ରସଗୋଲା ଲୀଳା

1 min
181


ରସଗୋଲାରେ ରସଗୋଲା

ଜଗତ ମାତାଙ୍କ ମାନଭଞ୍ଜନରେ

ଜଗବନ୍ଧୁ କଲେ ଯେଉଁ ଲୀଳା

ରସଗୋଲା ସ୍ଵାଦ ପାଇ ମାଆଙ୍କର

 ରାଗ ଅଭିମାନ ଚାଲିଗଲା।

   ରସଗୋଲା ରେ .....


ଭାଇ ଭଉଣୀଙ୍କୁ ସାଥିରେ ନେଇ

ନବ ଦିନାତ୍ମକ ଯାତ୍ରାରେ

ଯାଇଥିଲେ ପ୍ରଭୁ ରଥ ଚଢ଼ି ପରା

ରହିଲେ ଗୁଣ୍ଡିଚା ମନ୍ଦିରେ

ପ୍ରାଣ ପ୍ରୀୟଙ୍କର ବିରହରେ ମାଆ

ଲକ୍ଷ୍ମୀଙ୍କର ରାଗ ଅଭିମାନ ବଢ଼ିଗଲା।

  ରସଗୋଲା ରେ....


ହେରାପଞ୍ଚମୀରେ ରାଗେ ମା ଲକ୍ଷ୍ମୀ

ରାଗ ତମତମ୍ ହୋଇ

ପାଲିଙ୍କିରେ ଆସି ନନ୍ଦିଘୋଷ ରଥ

କାଠକୁ ଭାଙ୍ଗିଲେ ତମ ବହି

ବିମଳା ମାଆଙ୍କ ମନ୍ତୁରା ଧୂଳିରେ

ପ୍ରଭୁଙ୍କର ମୋହ ଭଙ୍ଗ ହେଲା।


ଭାଇ ଭଉଣୀଙ୍କ ସାଙ୍ଗରେ ଗୋସାଇଁ

ରଥେ ସୁନାବେଶ ହେଲେ

ଅସରିରି ଆତ୍ମା ସନ୍ତୁଷ୍ଟ ପାଇଁ କି

ଅଧର ପଣାକୁ ଦେଲେ

ନୀଳାଦ୍ରି ବିଜୟ ପାଇଁ ମହାପ୍ରଭୁ

ମନ ଆଗଭର ହେଲା।

  ରସଗୋଲା ରେ....


ପ୍ରାଣ ପ୍ରିୟା ଜେମା ସାଗର ତନୟା

ଅଭିମାନ ଦୂର ପାଇଁ

ଅତି ସରାଗରେ ରସଗୋଲା ପ୍ରଭୁ

ଆଣିଲେ ସଙ୍ଗତେ ନେଇ

ରସଗୋଲା ଦେଖି ମା ଲକ୍ଷ୍ମୀଙ୍କର

 ଅଭିମାନ ତୁଟି ଗଲା।

ରସଗୋଲା ରେ ରସଗୋଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational