ରସାଳ ଫଳ ତରଭୁଜ
ରସାଳ ଫଳ ତରଭୁଜ
ଆଣିବା ଗୋଟେ ତରଭୁଜ ll
ପଡ଼ିଛି ଭୀଷଣ ଗ୍ରୀଷମ l
ଝାଳ ବହୁଛି ଗମ ଗମ ll
ତରଭୂଜରୁ ଖାଇ ଫାଳେ l
ସ୍ନାନ କରିବା ଥଣ୍ଡା ଜଳେ ll
ଶରୀର ଶୀତଳ ରହିବ l
ଗ୍ରୀଷମ କଷ୍ଟ ଲଘୁ ହେବ ll
ରଘୁକୁ କହେ ଚତୁର୍ଭୁଜ l
ଫଳ କେମନ୍ତ ତରଭୁଜ ll
ଚତୁରା ଭାଇ ମୋର ଶୁଣ l
କହୁଛି ତରଭୁଜ ଗୁଣ ll
ଏ ଫଳ ଅତୀବ ରସାଳ l
ଚାଷ କରନ୍ତି ଚାଷୀ କୂଳ ll
ଫଳଟି ଅଟେ ଅର୍ଥକରି l
ବଜାରେ ଆସେ ଗାଡ଼ି ଭରି ll
ଭରା ଏ ଫଳ ମିଠା ଜଳେ l
ଦଶଟଙ୍କାରେ ଗୋଟି ମିଳେ ll
ଥରଟେ ଯଦି ଦେବ ଚାଖି l
ସ୍ଵାଦ ରହିବ ମୁଖେ ଲାଖି ll
ସବୁଜ ରଙ୍ଗ ଗୋଲ ଗୋଲ l
ଭିତରେ ଶଶ ଲାଲ ଲାଲ ll
ନଦୀ ପଠାରେ ଫଳେ ଭାରି l
ଆଗଙ୍ଗା ନର୍ମଦା କାବେରୀ ll
ଖରା ଦିନରେ ଭାରି ଫଳେ l
ଚିତ୍ରିତ ଅନ୍ୟ ଜାତି ମିଳେ ll
ଔଷଧି ଗୁଣ ଅଛି ୟାର l
ବାତ ନାଶକ କଫ ଜ୍ଵର ll
ଥରଟେ ଚାଖିଲେ ଜାଣିବୁ l
ମୋ କଥା ମୋତେ ତୁ କହିବୁ ll
ଡେରି ନକରି ଯିବା ଚାଲ l
ଖାଇବା ତର୍ଭୂଜ ରସାଳ ll
