STORYMIRROR

Gitanjali Pujapanda

Inspirational

3  

Gitanjali Pujapanda

Inspirational

ୠତୁମତୀ

ୠତୁମତୀ

1 min
230

ଋତୁ ପରେ ଋତୁ ବଦଳି ଯାଇ ଛୋଟ 

କନ୍ୟାଟି ଯେତେବେଳେ ହୁଏ, ଆଦ୍ୟ 

ଋତୁମତୀ, ଯୌବନ ର ପ୍ରଥମ ପାହାଚ 

ପାଦ ଥାପେ, ସେତେବେଳେ , ଆରମ୍ଭ 

ହୁଏ   ଲୁଚା ଛପା  କାମ ତା 'ଘରେ କାଳେ  

କିଏ ଦେଖି ନେବ, କିଏ ଜାଣି ନେବ |

କାହିଁ , କେତେ କାଳୁ ଚାଲି ଆସୁଛି ଏ 

ପ୍ରଥା ଗୋଟେ ଅଶୁଦ୍ଧ ଅପବିତ୍ରତାର 

ଭାବନାର , ସମାଜରେ କେଉଁ କାଳୁ 

ତା ପାଇଁ  ମନ୍ଦିର ବନ୍ଦ ରୋଷେଇ ଶାଳ ବି

ସେ, ଆଜି ଅପବିତ୍ର ବୋଲାଏ ହେଲେ ମନର  

ଏକ କୋଣରୁ ପ୍ରଶ୍ନ ଆସେ,  


ଯେଉଁଥିରୁ  ସୃଷ୍ଟିର ଆରମ୍ଭ! ସେ କିପରି 

ଅପବିତ୍ର?  ଆଉ ଅଶୁଦ୍ଧ ବୋଲଇ  ତା' ହେଲେ  

ଏ  ସମାଜବି  ଅପବିତ୍ର ଆଉ  ଅଶୁଦ୍ଧ ଯଦି,

ଏ ଭାବନାଟି ଖାଲି ନାରୀଟିଏ  ପାଇଁ 

ତାହେଲେ ଏ  ବାଛ ବିଚାର  ତା ପାଇଁ କାହିଁକି?? 

ନିଜେ ସମାଜ  ନିୟମ  କରି ତା'ଉପରେ 

ଲଦି ଦେବା କେତେ ଯୁକ୍ତି ଯୁକ୍ତ, 

ଯଦି ନ ହୁଏ ସେ ୠତୁମତୀ  

ତାହେଲେ କାହିଁକି?

ତାକୁ ବାଞ୍ଝର ଆଖ୍ୟା  କାହିଁକି ?

ବିବାହ ପରେ ଖୋଜେ ଏ ସମାଜ ଓ 

ପରିବାର ତା କୋଳ ଶିଶୁଟିଏ କଣପାଇଁ 

ତାକୁ କଣ??

 ଆମେ ଅଶୁଦ୍ଧ 

 ଅପବିତ୍ର କହିପାରିବା? ନା ନା ସେ ପୁରା 

ଶୁଦ୍ଧ ,ଆଧୁନିକତା  ର ଖୋଳପା  ପିନ୍ଧି 

ଥିବା ସମାଜ ରେ ,ନାରୀ ଆଜିବି ଦୁର୍ବଳା 

ଅବଳା  ,ନିଷ୍ପେସିତ  ,ଏଇଟା  ହିଁ ସଠିକ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational