STORYMIRROR

Subhalaxmi Nayak

Fantasy

3  

Subhalaxmi Nayak

Fantasy

ରଫ୍ ଖାତା

ରଫ୍ ଖାତା

1 min
443


ବିକଳ୍ପ ବୋଲି ଅନେକ ମୂଲ୍ୟବାନ ତୁ 

କେତେବେଳେ ବି ତୋର ଉପସ୍ଥିତି ଖୋଜା ପଡେ

କେବେ ଶିକ୍ଷକଙ୍କ ବେତ ପାହାରର ତ୍ରାଣକର୍ତ୍ତା

କେବେ ତୋ ଖାଲି ଫର୍ଦ୍ଦରେ ଛକି-ଶୂନ ଖେଳର ପ୍ରତିଯୋଗିତା 

କେବେ କାଗଜ ଡଙ୍ଗା ହୋଇ ଭାସି ଯାଉ

କେବେ ଅଭିମାନୀ ପ୍ରିୟାକୁ ମୋ ପ୍ରେମର ସାକ୍ଷୀ ଦେଉ

କେବେ ମୋ କବି ପ୍ରତିଭାର ପ୍ରମାଣ ତୁ 

ଅନେକ ଚିର ସ୍ମରଣୀୟ ମୁହୂର୍ତ୍ତର ମୁକସାକ୍ଷୀ ତୁ 

କେମିତି ଭୁଲିବି ତୋତେ........ 

ସ୍ୱାର୍ଥହୀନ ଏକମାତ୍ର ବିଶ୍ୱାସୀ ପ୍ରିୟ ବନ୍ଧୁ ତୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy