Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ରୋଗ ଚିରକାଳସଂଜୟ କୁମାର ତ୍ରିପାଠୀ

ରୋଗ ଚିରକାଳସଂଜୟ କୁମାର ତ୍ରିପାଠୀ

1 min
185



ଜନ୍ମରୁ ଏ ଯାଏ

ମୋହନ ଭୋଗି ଚାଲିଛି ସକଳ ରୋଗ ବଇରାଗ

ଖାଲି ଓଷଦରେ ବଂଚି ରହିଛି ସେ

ଏ ରୋଗୀ ଜୀବନରେ ହୋଲି କଣ-ଦୀପାବଳୀ କଣ ?

ଗୋଟିଏ ରୋଗ ନ ଛାଡୁଣୁ ଆଉ ଗୋଟିଏ ମାଡି ବସୁଛି

ଅକ୍ଟୋପସୀ ବାହୁ ବଂଧନରେ--ସୁଦୃଢ ବଳୟରେ

ଦେହରୂପୀ ଜେଲ୍‌ରେ ଆତ୍ମମାଟୀ ହଂତସତ

କିଛି କରିବାକୁ-ଭାବିବାକୁ ଆଗ୍ରହ ନାହିଁ-ଚିଂତା ନାହିଁ

ଏକ ଘୋର ବିଷାଦ-ଯୋଗରେ

ସେ ଅବସାଦଗ୍ରସ୍ତ-ମହାମୋଦିତ

କାମିନୀ କାଂଚନର ମାୟା ବି ଆକର୍ଷ ପାରୁନି ତାକୁ

ଗୋଡରୁ ମୁଣ୍ଡ ପର୍ଯ୍ୟତ ସବାଂଗ ବ୍ୟଥ୍ତ-ତରଂଗାୟତି-ଅବସନ୍ନ

ବିଛଣାରୁ ଉଠିବାକୁ ବି ଅନାଗ୍ରହ-

ଉଠୁଛି ଖାଲି ଶୌଚ ସ୍ନାନ ପାଇଁ

ତା ପରେ ବିଛଣାରେ ପଡି ରହିଛି ଜୀବଂତ ଶବ ପରି

ପଢିବାକୁ-ଟି.ଭି. ଦେଖିବାକୁ ବି ପରାଜିତି

ବଂଧୁବାଂଧବଂକ ପ୍ରବୋଧନା ବି ମୂଲ୍ୟହୀନ

ମୋହନ ପଡି ରହିଛ ସ୍ଵପ୍ନ ସହ

ଏକ ଆରୋଗ୍ୟ ଝରଣାର ସଂଧାନରେ

ନିଜେ ମରି ଅନ୍ୟକୁ ବଂଚିବାର କଳା ଶିଖେଇବାକୁ ।।


Rate this content
Log in

Similar oriya poem from Classics