ରଙ୍ଗୀନ ସଂକଳ୍ପ
ରଙ୍ଗୀନ ସଂକଳ୍ପ
ଏବେ କିଛି ନୂଆ ସଂକଳ୍ପ ନେବି
କାହା ପାଖରେ ଆଶାର ବୀଜଟିଏ ରୋପିବିନି
ପ୍ରତ୍ଯାଶା ର ଅଭିଳାଷା ରଖିବିନି
ନିଜ ଜୀବନ କୁ ରଂଗମୟ କରିବା ପାଇଁ
ନିଜେ ହିଁ ରଂଗ ର ଯୋଗାଡ଼ କରିବି ।
ମନ ର ସାତ ରଂଗ କୁ ନିଜ ଆଞୁଳା ରେ ଭରିନେବି
ସୁସ୍ଥ ଚିନ୍ତା,ଶୁଦ୍ଧମନ,ବାସ୍ତବ ବିଚାରଧାରା
ସ୍ଥିର ମସ୍ତିଷ୍କ , ନିର୍ମଳ ହୃଦୟ , ଉଦାର ହସ୍ତ
ଏବଂ ଆତ୍ମଶୁଦ୍ଧି ରୂପକ ରଂଗ ରେ
ଆଞୁଳା ରେ ଭରପୁର କରି
ନିଜ ଉପରେ ଓଜାଡ଼ି ଦେବି
ନିଜ ଜୀବନ କୁ ରଂଗୀନ କରିନେବି ।
କେହି ଖୁସି ଦେବେନି କେବେ
ନିଜେ ହିଁ ଖୁସି ର ମାଧ୍ଯମ ହେବି ।
କିଛି ସଂକଳ୍ପ ନେବି
ନିଜ ଜୀବନ କୁ ରଂଗମୟ କରିବା ପାଇଁ
ନିଜେ ହିଁ ରଙ୍ଗ ର ଯୋଗାଡ଼ କରିବି ।
