STORYMIRROR

K. Nirmal

Inspirational

3  

K. Nirmal

Inspirational

ରଙ୍ଗୀନ ଦୁନିଆଁ :-୨

ରଙ୍ଗୀନ ଦୁନିଆଁ :-୨

1 min
13.2K


ରଙ୍ଗୀନ ଦୁନିଆଁ ମଣିଷ ସ୍ୱଭାବ

ବଦଳି ଯାଉଛି ଦେଖ

ବାପା,ମାଆ ରହିବେ ଅନାଥ ଆଶ୍ରମେ

ଏହି ତାର ରୂପ ରେଖ


ଜନ୍ମ ଦେଇଥିଲେ ଯେଉଁ ପିତାମାତା

ତାଙ୍କୁ ଆଜି କଲା ପର

ଧିକ ଧିକ ତୋର ପୁତୁର ପଣିଆ

ଶତଧିକ ଜନ୍ମ ତୋର


ଆଜି ସିନା ତୁହି ଖୁସିରେ ରହିଛୁ

ନୂଆଁ ଘରଣୀଟେ ପାଇ

କାଲି ପଡିବ ତୋ ବୃଦ୍ଧାଶ୍ରମ ପାଳି

କାନ୍ଦୁଥିବୁ କଇଁ କଇଁ


ଯେଉଁ ପାପ କର୍ମ କରୁଛୁ ତୁ ଏବେ

ପୁଅ ତୋର ସବୁ ଦେଖିବ

ବୁଢ଼ା ବୁଢ଼ୀ କାଳେ ଅନାଥ ଆଶ୍ରମେ

ତୁମ ଦୁହିଁଙ୍କୁ ବି ରଖିବ


ବେଳ ଥାଉ ଥାଉ ବଦଳି ଯାଆ ତୁ

କଥା ମାନ ମୋର ଧନ

ଚଳନ୍ତି ଠାକୁର ବାପା ,

ମାଆ ସେବି ହୁଅ ବାବୁ ଆୟୁସ୍ମାନ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational