STORYMIRROR

Sunanda Mohanty

Abstract Action Children

4  

Sunanda Mohanty

Abstract Action Children

ରଙ୍ଗ ପର୍ବ ହୋଲି ଆସୁଛି ବୋଲି

ରଙ୍ଗ ପର୍ବ ହୋଲି ଆସୁଛି ବୋଲି

1 min
395

ରଙ୍ଗର ପର୍ବ ହୋଲି 

ଆସୁଛି ରଙ୍ଗ ବୋଳିବ ବୋଲି 

ମାଆର ପଣତେ ବାପାଙ୍କ ଆକଟେ 

ଦିଶେ ସବୁ ନାଲି ନାଲି 

ଧରଣୀ ରାଣୀର ସବୁଜ ପଣତେ 

ରଙ୍ଗର ଉତ୍ସବ ହୋଲି 

ହଳଦିଆ ପତ୍ର ଝଡ଼ୁଛି ବୋଲି 

ହଳଦୀ ବସନ୍ତ ମୁଁହଟା ଉଠୁଛି ଫୁଲି 

କଳା ଅଞ୍ଜନ ଆଖିରେ ମାଖି 

ଚାଁହୁଛି ବୁଲି ବୁଲି 

କମଳା ରଙ୍ଗରେ ନାଲି ପ୍ରେମ ବୋଳି 

ସବୁଜ ଜୀବନ ଉଠୁଛି ପଡୁଛି ଖାଲି 

ନୀଳ ବାଇଗଣୀ ଧଳା 

ବାଦାମୀ ଦିଶୁଛି ସୂର୍ଯ୍ୟ ଗଲେଣି ଢଳି 

ଆସିବେ ଆସନ୍ତା କାଲି 

ଖେଳୁଥିବା ଯେବେ ରଙ୍ଗରେ ରଙ୍ଗରେ 

ରଙ୍ଗପର୍ବରେ ହୋଲି 

ସିନ୍ଦୁର ଟୋପାରେ ସାଧବ ବୋହୂପାଟରେ 

ନାଲି ରଙ୍ଗ ମାଖି ଦେଇ ସଖି 

କିଏସେ କରିଛି ରଂଗାରଙ୍ଗ ବୋଲି 

ଫଗୁଣ ଚାଁହୁଛି ବୁଲି 

ଶ୍ରାବଣ ଧୋଇବ ରାଧା କୃଷ୍ଣ ପାଦ 

ରଙ୍ଗର ପସରା ମେଲି 

ଭୋଦୁଆ ଆକାଶ ଭାଦ୍ରବରେ ଶୁଦ୍ଧ ପୁତ ହୋଇ 

ଆସିବ କହିଛି କାଲି 

ବସନ୍ତରେ ପିକ ଗାଏ ବାସନ୍ତୀକା 

ରଙ୍ଗର ଆସରା ପସରା ହୋଲି ଆସିଛି ବୋଲି 

ରାଧା କୃଷ୍ଣ ଝୁଲା ରଙ୍ଗେ ରଙ୍ଗାୟିତ 

କରିଦେଇ କିଏ ଗଲା ଚାଲି 

ଫଗୁଦଶମୀରେ ଫଗୁର ରଙ୍ଗରେ 

ପ୍ରେମ ଓ ଭଲପାଇବାର ରଙ୍ଗ ଦିଶୁଛି ସତେକି 

ନୀଳିମା ଭିତରେ ନାଲି 

ଆସିଛି ଯେଣୁ ରଙ୍ଗର ପର୍ବ ହୋଲି କାଲି 

ତୁ ମୁଁ ସିଏ ଯିବା ଫଗୁ ଖେଳ ଖେଳି 

ନାଲି ହେଉ ଅବା ସବୁଜ ବାଇଗଣୀ ନେଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract