STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ରକ୍ତଵୀଜ

ରକ୍ତଵୀଜ

1 min
320



ମା ଦୁର୍ଗା, ଦୁର୍ଗତି ନାଶିନୀ

ଶକ୍ତିଶାଳୀ,ଅଭୟ ଦାୟିନୀ

ଉମା , ଅମ୍ବା,ପାର୍ବତୀ ,ଭବାନୀ

ଚାମୁଣ୍ଡା,କାଳରାତ୍ରି, କାଳୀ

ଚନ୍ଦ୍ରଘଣ୍ଟା,ଦୁର୍ଗା ଓ କିଶୋରୀ।


ରକ୍ତବୀଜ କଲା ସ୍ବର୍ଗ ଆକ୍ରମଣ

ସ୍ବର୍ଗ ପୁରରେ ଦେବତାଙ୍କ ପଶ୍ଚାତ ଧାବନ 

ହାହାକାର ପରେ ଆକୁଳ ନିବେଦନ।


ଯଦିଓ ରକ୍ତଵୀଜ ହୋଇଲା ନିଧନ

ଭୂମିରେ ପତିତ ରକ୍ତରୁ ଫେରଇ ଜିବନ

ହିଂସା ର ତାଣ୍ଡବ ସହ ପୁଣି ଆକ୍ରମଣ

ସ୍ୱର୍ଗପୁର ରୁ ଦେବତା କଲେ ପଳାୟନ।


ଦେବଗଣ କଲେ ଦୁର୍ଗାଙ୍କୁ ନିବେଦନ

ସୃଷ୍ଟି ରକ୍ଷା କର,ନାହିଁ ପରିତ୍ରାଣ

ଉଭା କାଳୀ ରୂପରେ ରଖି ନିବେଦନ

ରକ୍ତବୀଜ ପ୍ରତି ହେଲା ଆକ୍ରମଣ

ଶକ୍ତି ଆଗରେ ହାରି ହାରିଲା ଜୀବନ।


ରକ୍ତବୀଜ ର ରକ୍ତ,ମା କାଳୀ କଲେ ପ

ାନ

ଆଉ ଯେପରି ନ ପାଉ ରାକ୍ଷସ ନୂତନ ଜିବନ।


ଦେବଗଣଙ୍କ ଆଖିରେ ଦେବୀଙ୍କ କୋପ ଦରଶନ

ଦେବୀଙ୍କ କ୍ରୋଧରେ କମ୍ପି ଉଠିଲା ତିନୋଟି ଭୁବନ


ଦେବଗଣ ଙ୍କ ଚିନ୍ତା ଏବେ କ୍ରୋଧ ଶାନ୍ତ ର ନିଦାନ

ଦେବ ଦେବ ମହାଦେବଙ୍କୁ କଲେ ନିବେଦନ।


ଶକ୍ତି-ମାତା ଙ୍କ କୋପ ମହାଦେବ କରିଲେ ଦର୍ଶନ

ଉପାୟ ନ ପାଇ ,ମା ପାଦ ତଳେ କରିଲେ ଶୟନ।


କୋପ ଶାନ୍ତ ହେଲେ ,ରହିବ ଏ ସୃଷ୍ଟି,ରହିବ ଜିବନ

ଯୋଗମାୟା ଜାଣି ଗଲେ ଶିବଙ୍କ ରହି ଥିବା ସ୍ଥାନ।


ଶାନ୍ତ ହେଲା କୋପ,ରହିଲା ଏ ସୃଷ୍ଟି,ରହିଲା ଜିବନ

ପାପୀ କବଳ ରୁ ମୁକ୍ତ ସ୍ବର୍ଗ ପୂର, ଜୟ ଜୟ ଗାନ।


ପ୍ରତି ପାର୍ବଣରେ ଆସ ମା,କର ଧରା ଅବତରଣ

ପାପୀ କବଳ ରୁ ରକ୍ଷା କରି ,କର ଆଶିଷ ପ୍ରଦାନ।




Rate this content
Log in

Similar oriya poem from Abstract