Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amar Barick

Classics

3  

Amar Barick

Classics

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
44


ଗୋଟେ ଅଗଣାରେ ଖେଳୁଥିଲେ ଆମେ

ପିଲାଟି ଦିନରୁ କେତେ ।

ଲୁଚିଯାଉଥିଲୁ କବାଟ କଣରେ

ଖୋଜୁଥିଲି ମୁଁ ତତେ ।।


ଜନମ ଦିନରେ ହେଲେ ନୂଆ ଜାମା

ଖୁସିରେ ତୁ ନାଚି ଯାଉ ।

କାନ୍ଦି ଗଡ଼ିଯାଏ ଅଝଟିଆ ହୋଇ

ମତେ ବି ଆଣିଦେ ବଉ ।।


ଘରେ ମାଛ ଭଜା ହେଲେ କେବେ ଯଦି

ବଉ ମତେ ଦିଏ ଗୋଟେ ।

ତୁ କହୁ ରାଗରେ ତାଟିଆ କଚାଡି

ଖାଇବିନି ଆଜି ମୋଟେ ।।


ରାକ୍ଷୀ ବନ୍ଧନରେ ବାନ୍ଧିଲେ ତୁ ରାକ୍ଷୀ

ଖୋଇଦେଇ ମିଠାଟିଏ ।

ଗୋଡେଇ ଗୋଡେଇ ମତେ ଭିଡ଼ି ନେଇ

କହୁ ତୁ ପାଉଣା ଦିଏ ।।


ମୋ ଗେଲ୍ଲୀ ଭଉଣୀ ସୁନା ନାକି କହି

ମନାଏ ଚୁମ୍ବନ କରି ।

ବଡ଼ ହୋଇଗଲେ ତତେ ଆଣିଦେବି

ଶାଢ଼ୀ ପାଟ ଲଗା ଜରି ।।


କାଲି ଥିଲୁ ଆମ ଅତି ଆପଣାର

ଆଜି ହେଇ ଗଲୁ ପର ।

ସେନେହଁ ମମତା ଅଗଣାକୁ ଭୁଲି

ଚାଲିଗଲୁ ଶାଶୁଘର ।।


ବାନ୍ଧି ଗଲୁ ନାହିଁ ରାକ୍ଷୀ ମୋ ହାତରେ

ରକ୍ଷା କବଚ ଟେ ଦେଲୁ ।

ଘୃତ ଦୀପ ଆଉ ଫୁଲ ଚନ୍ଦନରେ

ମତେ ତୁ ବନ୍ଦାଣ କଲୁ ।।


ଭଉଣୀଲୋ ତୋର ରାକ୍ଷୀ ର ମହତ୍ଵ

ରଖିବି ସାରା ଜୀବନ ।

ଆସିବାକୁ କେବେ ଦେବି ନାହିଁ ମନେ

ଆଜୀବନ ବାଧା ବିଘ୍ନ ।।



Rate this content
Log in

Similar oriya poem from Classics