STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ରଜରେ ରଜ ବଉଦ ସଜ

ରଜରେ ରଜ ବଉଦ ସଜ

1 min
179

 ପହିଲି ଆଷାଢ଼ ବଉଦ ସଜ

ହସ ଖୁସି ମଜା ରଜ ମଉଜ

ସାହି ବୁଲାବୁଲି ଦୋଳି ଖେଳ

ଜଣାପଡେ ନାହି ଜମା ବେଳ

 ତିନିଦିନ ଭାରି ମଉଜ

 ରଜ ଆସିଛି ଲୋ ଆସିଛି ରଜ

ରାତି ନପାହୁଣୁ ଗାଧୁଆ ତୁଠରେ

କୁଆଁରୀ ଝିଅ ଙ୍କ ଭିଡ଼

ପାଣି ତଳେ ତଳେ ଚୁପିଚୁପି ଆସି

କାହ୍ନୁ ଟାଣେ ରାଧା ଗୋଡ଼ ।

ଫୁଲ ରସିଆ ର ରଙ୍ଗ ରସରେ ତ

ଫୁଲେଇ ଯାଇଛି ଫସି

ପାଣିରେ ଭିଜେଇ ସାରା ଦେହଟାକୁ

ପ୍ରିତି ରଙ୍ଗ ହୁଏ ନେସି ।

କଥା ରହେଲୋ ସେଇଠି ଅଧା

ଦୋଳି ଡାକଇ ଆ'ଲୋ ରାଧା

ହୋଇବୁଲୋ ଆ ସଜବାଜ

ରଜ ଆସିଛି ଲୋ ଆସିଛି ରଜ

ଆମ୍ବ ପଣସ ରେ ଘର ବାସୁଥାଏ

ମହକଇ ପୋଡପିଠା

କାହ୍ନୁ ଖୋଇଦିଏ ରାଧିକା ରାଣୀକୁ

ରଜ ପାନ ପ୍ରେମ ମିଠା ।

ଅଜା ଖେଳୁଥାନ୍ତି ପଶାପାଲି ବସି

ଆଈ ଖେଳୁଥାଏ ଲୁଡୁ

ନଈପଠାରେ ତ ନାଗେରା ବାଜେଲୋ

ରାହା ଧରେ ଡୁଡୁ ଡୁଡୁ ।

ଗାଁ ଦାଣ୍ଡରେ ଶଙ୍ଖ ଶୁଭଇ

ନୂଆ ବୋହୁର ଭାର ଆସଇ

ବନସ୍ତେ ଡାକଦିଏ ଗଜ

ରଜ ଆସିଛି ଲୋ ଆସିଛି ରଜ

କୁଆଁରୀ ଆଖିରେ ହଜାରେ ସପନ

ଆଜି ଅଛି କାଲି ପର

କିଏସେ ଜାଣିଛି କାଲି ସେ କେଉଁଠି

କାସାଥେ କରିବ ଘର ।

ରଜ ଆସୁଥିବ ମନେ ପଡୁଥିବ

ତୋଟା ମାଳେ ଦୋଳି ଖେଳ

ମେଘ ଲେଖୁଥିବ ବରଷା କାହାଣୀ

ସମୟ ସାଉଁଳା ବେଳ ।

ମନେକୁ ମନ ସେ ହସୁଥିବ

ଅତୀତ କୁ ପୁଣି ଘୋଷୁଥିବ

ବୁଣିବୁଣି ଲାଜ ମୁରୁଜ

ରଜ ଆସିଛି ଲୋ ଆସିଛି ରଜ

ପହିଲି ଅସରା ଖୁସିର ପସରା

ମାଆ ମାଟି ରଜବତୀ

ପ୍ରକୃତି ପୁରୁଷ ମଧୁର ପରସ

ମିଳନର ମଧୁଗୀତି ।

ପଟା ଦୋଳିରେ ଲୋ ପଶାପାଲି ପାଟ

ଖେଳୁଥାଏ ଲୁଚକାଳି

ଛାଇ ଛାଇ ଖରା ମୁରୁକି ହସଇ

ଦୋଳି ଯାଏ ମେଘ ତୋଳି ।

ଆଷାଢ଼ ଆସେ ଆକାଶ ହସେ

ଭିଜା ମାଟିତ ମହକି ବାସେ

ଚମକଇ ମେଘ ରାଇଜ

ରଜ ଆସିଛି ଲୋ ଆସିଛି ରଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics