STORYMIRROR

Ranjan Kumar Brahma

Classics

4  

Ranjan Kumar Brahma

Classics

ରଜଗୀତ

ରଜଗୀତ

1 min
23.8K


ଆସ ହେବା ସଜବାଜ

ବରଷକୁ ଥରେ ଆସିଛି ରଜ

ଆସିଛି ରଜ ଲୋ 

କରିବା ମିଶି ମଉଜ , ବଉଳ ଲୋ

କରିବା ମିଶି ମଉଜ ।।୧।।


ଖେଳିବା ଆସରେ ଦୋଳି

ଦୋଳିରେ ବସିକି ଖାଇବା ପୋଳି

ଖାଇବା ପୋଳି ଲୋ

ସିରା ପଡୁଥିବ ଝରି, ବଉଳ ଲୋ

ସିରା ପଡୁଥିବ ଝରି ।।୨।।


ଦୋଳି ଝୁଲେ ଆଗପଛ

ମୋ ପରେ କିଏ ଖେଳିବ ଆସ 

ଖେଳିବା ଆସ ଲୋ

ପଛରେ ରୁହ ପ୍ରସ୍ତୁତ , ବଉଳ ଲୋ

ପଛରେ ରୁହ ପ୍ରସ୍ତୁତ ।।୩।।


ରଜ ପାନ ଲାଗେ ମିଠା 

ଘରେ ହୋଇଅଛି ଅନେକ ପିଠା

ଅନେକ ପିଠା ଲୋ

ଖାଇ ଖାଇ ହେବା କଥା, ବଉଳ ଲୋ

ଖାଇ ଖାଇ ହେବା କଥା ।।୪।।


ଆସରେ ଘରକୁ ଯିବା 

ସେଠି ବସି ଆମେ ଖେଳ ଖେଳିବା

ଖେଳ ଖେଳିବା ଲୋ

କାଲିର କଥା ଭାବିବା, ବଉଳ ଲୋ

କାଲିର କଥା ଭାବିବା ।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics