STORYMIRROR

KSHIRADRI SAHU

Classics Others

3  

KSHIRADRI SAHU

Classics Others

ରଜ ପାଇଁ ଜଗା ସଜ

ରଜ ପାଇଁ ଜଗା ସଜ

1 min
230


ମିତଣୀ ମିତଣୀ ଆଲୋ ମୋ ମିତଣୀ

ବାଜିଲା ତେଲିଙ୍ଗି ବାଜା,

ରାଧା ଶ୍ୟାମଘନ ମୀରାର ମୋହନ

ଆସୁଛି କାଳିଆ ରଜା ।।


କଦମ୍ବ ଗଛରେ ବାନ୍ଧିଛି ଦୋଳି ଲୋ

ଝୁଲିବ ମୋ' ବନମାଳୀ,

ଜାଇଯୁଇ ମଲ୍ଲୀ ଫୁଲ ସବୁ ତୋଳି

ଗୁନ୍ଥିଛି ମୁଁ ଫୁଲମାଳି ।।


ଆହେ ନଟବର ମୋ' କଳା ନାଗର

ଆସେ ଗୀତ ଗାଇ ଗାଇ,

ଚାରିପାଖେ ଥିବେ ଗୋପ ଗୋପାଳୁଣୀ

ରଜ ପାଇଁ ସଜ ହୋଇ ।।


ଆମ ଗାଁ ଦାଣ୍ଡରେ ସେ' ଖେଳିବ ଖେଳ

ଛଳିଆ ବନମାଳିଆ,

ପୋଡ଼ପିଠା ପାଇଁ ସେ କରିବ ଗୋଳ

କାଳିଆ ଜଗା ବଳିଆ।।


ଅତି ଯତନରେ ପାନ ଦେବି ଆଣି

ଖାଇବ ମୂରଲୀପାଣି, 

ବଇଁଶୀ ବଜାଇ କାହ୍ନୁ ଆସିଲାଣି

ପ୍ରାଣବନ୍ଧୁ ଚକ୍ରପାଣି ।।


ଢଳି ଢଳି ଆସେ ମୋ'ର ବନମାଳୀ

ଯତନେ କୋଳେ ବସାଇ, 

ମୋ'ବାହୁ ଝୁଲଣା ରେ ଦେବି ଝୁଲାଇ

ରଜ ଦୋଳି ଗୀତ ଗାଇ ।।


ତା'ର ସ୍ପର୍ଶ ପାଇ ଲାଜ ଲାଜ ହୋଇ

ମନେ ଜାଗିବ ପୁଲକ,

ସରଗର ଚାନ୍ଦ ପଡ଼ିବ ଖସି ଲୋ

ହେବ ମୋ' ଜନ୍ମ ସାର୍ଥକ ।।

ମିତଣୀ ମିତଣୀ ଆଲୋ ମୋ ମିତଣୀ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics